କନକ ବ୍ୟୁରୋ: ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନ ସାଗର ଓ ରୁକୁ ସୁନା ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଥାନାରେ ପହଞ୍ଚିଛି ମାମଲା । ଗୀତ ଗାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି। ବିବାଦ ତେଜିବା ପରେ ସଫେଇ ରଖିଲେ ରୁକୁ ସୁନା ।

Advertisment

ଗୀତିକାର ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଉଭୟ, କଣ୍ଠଶିଳ୍ପୀ ବାଣିକଣ୍ଠ ନିମାଇଁ ହରିଚନ୍ଦନ ଗାଇଥିବା ଜଗନ୍ନାଥଙ୍କ ଭଜନ, ଆସ ଆସ ମୋର ସରଗ ତରା..କୁ ଅତି ଅଶ୍ଳୀଳ ଭାବରେ ଗାଉଛନ୍ତି । ଆଉ ହସି ହସି ତାର ମଜା ଉଠାଉଛନ୍ତି ।

ହ୍ୟୁମାନଙ୍କ ବିରୋଧରେ ଥାନାରେ ଅଭିଯୋଗ
ଗୀତ ଗାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ନିମାଇଁ ହରିଚନ୍ଦନଙ୍କ ଭଜନର ମଜାକ ଉଡାଇବା ଜଗନ୍ନାଥ ସଂସ୍କୃତି ପ୍ରେମିଙ୍କୁ ଆଘାତ ଦେଇଛି। ଏବଂ ଏହି ପ୍ରସଙ୍ଗରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ଯେଉଁ ଷ୍ଟୁଡିଓରେ ଏହି ରେକର୍ଡଂ ହୋଇଛି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ। ତେବେ ହ୍ୟୁମାନ ସାଗର କେଉଁ ପରିସ୍ଥିତିରେ ଓ କାହିଁକି ନିମାଇଁ ହିରଚନ୍ଦନ ଗାଇଥିବା ମହାପ୍ରଭୁଙ୍କ ଭଜନର ମଜାକ ଉଡାଇଲେ ସେ ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ବିବାଦ ପରେ ଗାୟକ ରୁକ୍ ସୁନା ସଫେଇ ରଖିଛନ୍ତି ।