୩ ବର୍ଷରେ ୪୯ଟି ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

39

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ଓ ବିଦେଶରେ ଅନେକ ଲୋକପ୍ରିୟ । ବିଦେଶ ଗସ୍ତ କରି ଅନ୍ୟ ଦେଶଗୁଡିକ ସହ ଭାରତର ସୁସଂପର୍କ ସ୍ଥାପନ କରିବାକୁ ସେ ସବୁବେଳେ ପ୍ରୟାସ କରିଥାନ୍ତି । ସରକାର ଗତ ଗୁରୁବାର ଦିନଦେଇଛନ୍ତି ଏକ ତଥ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୩ବର୍ଷ ଭିତରେ ୪୯ଟି ଦେଶ ଗସ୍ତ କରିଛନ୍ତି ଏବଂ ତାଙ୍କର ଏହି ଗସ୍ତରେ ଭାରତ ଅନେକ ଗୁଡିଏ ବିଷୟକୁ ନେଇ ବହୁତ ଏଗ୍ରିମେଣ୍ଟରେ ସ୍ୱାକ୍ଷର କରିଛି ।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବର୍ହି ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ର ମଧ୍ୟଭାରେ ୮ଟି ଦେଶ ଗସ୍ତ କରିଥିଲେ ଏବଂ ପ୍ରଥମେ ଭୁଟାନରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା । ସୂଚନା ଅନୁସାରେ ଚଳିତ ବର୍ଷରେ ଗତ ୭ ମାସ ଭିତରେ ପ୍ରଧାନମନ୍ତ୍ରୀ ୧୦ଟି ଦେଶ ଗସ୍ତ କରିଛନ୍ତି । ଆଉ ଦେଶର ସଂପର୍କକୁ ଅନ୍ୟ ଦେଶ ସହ ଖୁବ୍ ସୁଦୃଢ କରିଛନ୍ତି ।
(ସୈାଜନ୍ୟ – ଜି ନ୍ୟୁଜ୍)