କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ରିପୋର୍ଟ ଦେବାକୁ ବ୍ରହ୍ମପୁର ଇଲେକ୍ଟ୍ରିସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ । ୨୪ ଘଣ୍ଟା ଭିତରେ ପ୍ରାଥମିକ ଯାଞ୍ଚ ରିପୋର୍ଟ ଦେବାକୁ ଇଲେକ୍ଟ୍ରିସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ଇଞ୍ଜିନିୟର ଇନ୍ ଚିଫ୍ ଇଲେକ୍ଟ୍ରିସିଟି ଅଫିସରୁ ଏଦି ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଦୁର୍ଘଟଣାସ୍ଥଳକୁ ଯାଇ ଯାଞ୍ଚ ପରେ ରିପୋର୍ଟ ଦେବାକୁ କୁହାଯାଇଛି ।
ଆଜି ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ଏକ ଘରୋଇ ବସ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୁରା ବସରେ କରେଂଟ ଲାଗି ଯାଇଥିଲା । ସମସ୍ତେ ଏକ ବଡ ଧରଣର ବିଦ୍ୟୁତ୍ ଝଟକାରେ ଚିତ୍କାର କରି ଉଠିଥିଲେ । ପୁରା ବସରେ କରେଂଟ ଏତେ ଜୋର ଥିଲା ଯେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା । ଏହି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ୨୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Screen-Shot-2020-02-09-at-7.16.29-PM.png)