ମଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ: ‘ଲୋକେ କୁହନ୍ତି ଅଳ୍ପ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଭଲ’

Advertisment
ମଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ: ‘ଲୋକେ କୁହନ୍ତି ଅଳ୍ପ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଭଲ’

କନକ ବ୍ୟୁରୋ: ନିକଟରେ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ଯେ, 'କିଛି ଲୋକ କହିଛନ୍ତି ଅଳ୍ପ ପରିମାଣରେ ମଦ ସେବନ ଭଲ ହୋଇପାରେ’। ଦେଶରେ ବିକ୍ରି ହେଉଥିବା ମଦ ବୋତଲ ଉପରେ ଚେତାବନୀ ଲେବଲ୍ ସମ୍ପର୍କୀତ ଏକ ଆବେଦନକୁ ଖାରଜ କରି ସୁପ୍ରିମ୍ କୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ , ଆଇଏଏନଏସ୍ ରିପୋର୍ଟ ଅନୁଯାୟୀ ‘ଅନେକ ଲୋକଙ୍କ ମତରେ ଅଳ୍ପ ପରିମାଣରେ ମଦ ସେବନ ଭଲ ହୋଇପାରେ’।

ଏହାସହ ମାଦକ ପାନୀୟ ଏବଂ ଔଷଧ ଉତ୍ପାଦନ, ବିତରଣ ଏବଂ ବ୍ୟବହାର ଉପରେ ନିୟମାବଳୀ ଏବଂ ସିଗାରେଟ୍ ପ୍ୟାକେଟ୍ ପରି ମଦ ବୋତଲଉପରେ ସ୍ୱାସ୍ଥ୍ୟ ଚେତାବନୀ ଷ୍ଟିକର୍ ରଖିବାକୁ ହୋଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ମଦ ବୋତଲ ଉପରେ ସ୍ୱାସ୍ଥ୍ୟ ଚେତାବନୀ ପ୍ରକାଶ କରିବାକୁ ସରକାରଙ୍କ ଠାରୁ ନିର୍ଦ୍ଦେଶ ମାଗିଥିଲେ । ଯେପରି ସିଗାରେଟ୍ ପ୍ୟାକେଟ୍ ଚେତାବନୀ ଚିହ୍ନ ରହୁଛି ଏବଂ ଏ ବିଷୟରେ ଇଲେକ୍ଟ୍ରୋନିକ୍, ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସତର୍କତା ବିଜ୍ଞାପନ କରାଯାଉଛି ମଦ ଉପରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ପିଟିସନରେ ଅନୁରୋଧ କରିଥିଲେ ।

ପ୍ରଧାନ ବିଚାରପତି ୟୁ.ୟୁ. ଲଳିତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠଙ୍କ ସମ୍ମୁଖରେ ଆଡଭୋକେଟ୍ ଉପାଧ୍ୟାୟ ଯୁକ୍ତି ବାଢିଥିଲେ ଯେ ସେ କେବଳ ମଦ୍ୟପାନ ବୋତଲଉପରେ ଚେତାବନୀ ଲେବଲ୍ ରଖିବା ପାଇଁ ଅନୁରୋଧ କରୁଛନ୍ତି । କାରଣ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଉପାଧ୍ୟାୟ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ଏହି ମାମଲାକୁ ଆଇନ ଆୟୋଗକୁ ସ୍ଥାନାନ୍ତର କରିବାର ସ୍ୱାଧୀନତା ପ୍ରଦାନ କରାଯାଉ ହେଲେ ଖଣ୍ଡପୀଠ ଏହାକୁ ସ୍ଥାନାନ୍ତର ନୁହେଁ ବରଂ କେବଳ ପ୍ରତ୍ୟାହାର କରିନେବାକୁ କହିଥିଲେ । ଫଳରେ ଆବେଦନକାରୀ ଉପାଧ୍ୟାୟ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe