କନକ ବ୍ୟୁରୋ : ଜଙ୍ଗଲ ନିଆଁକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ରାଜ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ବର୍ତ୍ତମାନ ଆୟତାଧୀନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଆଉ ରାଜ୍ୟରେ ଏତେ ମାତ୍ରାରେ ନିଆଁ ନାହିଁ । ଗତକାଲି ଚନ୍ଦକାର ବାହ୍ୟ ଅଞ୍ଚଳରେ ଲାଗିଥିବା ନିଆଁ ମଧ୍ୟ ଲିଭାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରୟାସରେ ନିଆଁକୁ ଆୟତାଧୀନ କରାଯାଇଛି ବୋଲି କୁହାଯାଇଛି । ଆଗାମୀ ଗ୍ରୀଷ୍ମ ଦିନକୁ ନଜରରେ ରଖି କ୍ଷେତ୍ରୀୟ ଅଧିକାରୀ ଓ ବନ କର୍ମଚାରୀଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ରାଜ୍ୟରେ ଶିଳିପାଳ ଜଙ୍ଗଲରେ ନିଆଁ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଥିଲା । ସଠିକ ସମୟ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଏହି ନିଆଁକୁ ଆୟତକୁ ଆଣିବାକୁ ସଫଳ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/1-1.jpeg)