ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ‘ଟାସ୍କ ଫୋର୍ସ’ ମୁଖ୍ୟଙ୍କ ରିପୋର୍ଟ । ପଢନ୍ତୁ କେମିତି ରହିଛି ଜଙ୍ଗଲ, କିଭଳି ଚାଲିଛି ନିଆଁ ଲିଭା କାର୍ଯ୍ୟ 

74

କନକ ବ୍ୟୁରୋ : ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ନିୟନ୍ତ୍ରଣକୁ କରାଯାଉଛି ବୋଲି କହିଛନ୍ତି ‘ଟାସ୍କ ଫୋର୍ସ’ ମୁଖ୍ୟ । ୨୯୦ ଫାୟାର ପଏଣ୍ଟହ୍ରାସ ପାଇ ୨୬୮ରେ ପହଞ୍ଚିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ନିଆଁ ଲିଭା କାର୍ଯ୍ୟରେ ୭୫୦ ନିୟମିତ ସୁରକ୍ଷା ସହାୟକ ଦଳ ଓ ୮୦୦ ନିଆଁ ଲିଭା ୱାଚରଙ୍କୁ ନିୟୋଜିତ କରାଯାଇଛି ।

ଶିମିଳିପାଳ ବ୍ରାଘ୍ୟ ପ୍ରକଳ୍ପରେ ୨୫ ଜଣ ବିଶିଷ୍ଟ ୨ଟି ଓଡ୍ରାଫ ଟିମ ଓ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି । ନିଆଁ ଲିଭା ସହିତ ଜନ ସଚେତନ ପାଇଁ ବୈଠକ ମଧ୍ୟ କରାଯାଉଛି । ଫାୟାର ପଏଣ୍ଟ ଅଞ୍ଚଳକୁ ଯାଇ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି । ୨୪ ଘଣ୍ଟାର ରିପୋର୍ଟ ଅନୁସାରେ କୌଣସି ବ୍ୟକ୍ତି କିମ୍ବା ବନ୍ୟ ଜୀବଜନ୍ତୁଙ୍କ କ୍ଷୟ କ୍ଷତି ହୋଇ ନାହିଁ ।