କନକ ବ୍ୟୁରୋ: ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ବି ଆଜି ହେଉଛି ସାନି ମତଦାନ । ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ଏପ୍ରିଲ ୨୩ତାରିଖରେ ମତଦାନ ହୋଇଥିଲେ ହେଁ ଇଭିଏମ୍ ମେସିନରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁଣି ଥରେ ଏଠାରେ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଥିଲେ। ଏହାପରେ ଆସନ୍ତା ୧୯ତାରିଖ ଅର୍ଥାତ୍ ଆଜି ଏହି ବୁଥରେ ପୁନଃ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିଛି ।
ତେବେ ଏଠାରେ ସହିଦନଗରର କିଛି ଅଂଶ ଏବଂ ସହିଦନଗର ହାଇସ୍କୁଲ ଅଞ୍ଚଳ ଯାଉଛି। ଏହି ବୁଥରେ ୮୪୪ଜଣ ମତଦାତା ଥିବାବେଳେ ୪୯୫ଜଣ ପୁରୁଷ ଏବଂ ୩୪୯ଜଣ ମହିଳା ମତଦାତା ଅଛନ୍ତି। ଏଠାରେ ବିଜେଡିର ଅନନ୍ତ ନାରାୟଣ ଜେନା, କଂଗ୍ରେସର ରାଜୀବ ପଟ୍ଟନାୟକ ଓ ବିଜେପିର ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ଟକ୍କର ହେଉଛି । ତେବେ ପୁନଃ ମତଦାନ ହେଉଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀମାନେ ଚଳାଇଥିଲେ ଜୋରଦାର ପ୍ରଚାର । ବାତ୍ୟା ସହାୟତା ଦେବା ଆଳରେ ପ୍ରାର୍ଥୀମାନେ ମତଦାତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ତେବେ ଏହି ନିର୍ବାଚନ ମଣ୍ଡଳୀରେ ଲଢ଼େଇ ଜୋରଦାର ହେଉଥିବାରୁ ଏହି ବୁଥରେ ପୁନଃମତଦାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/VOTE-GHARAHANA-1.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-19-08h45m32s447-300x165.png)