କନକ ବ୍ୟୁରୋ : ହିଂସାକାଣ୍ଡ, ବୁଥ ଜବର ଦଖଲ, ବାଲାଟ ପେପର ଲୁଟ ଘଟଣାରେ ଯାଜପୁର ଜିଲ୍ଲାରେ ବାତିଲ ହୋଇଥିବା ବେଳେ ଆଜି ୨୪ଟି ବୁଥରେ ସାନି ମତଦାନ ହେଉଛି । ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ, ଦ୍ୱିତୀୟ ପର୍ଯ୍ୟାୟରେ ଦଶରଥପୁର, ବଡ଼ଚଣା, ତୃତୀୟ ପର୍ଯ୍ୟାୟରେ ବିଂଝାରପୁର ଓ କୋରେଇ ବ୍ଲକ ଅଂଚଳରେ ଦେଖା ଦେଇଥିଲା ନିର୍ବାଚନୀ ହିଂସା । ଏହି ସବୁ ବୁଥ ଗୁଡ଼ିକରେ ପୁନଃ ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଯାଇଥିଲା ।

Advertisment

ଯାହାକୁ ଆଧାର କରି ନିର୍ବାଚନ କମିଶନ ଆଜି ସାନି ମତଦାନ କରୁଛି । ପ୍ରତି ବୁଥରେ ଅଛନ୍ତି ଜଣେ ଲେଖାଏଁ ମାଜିଷ୍ଟ୍ରେଟ । ସୁରୁଖୁରରେ ନିର୍ବାଚନ ପାଇଁ ଜଗି ରହିଛନ୍ତି ସୁରକ୍ଷା କର୍ମଚାରୀ ।ସେପଟେ ଆସନ୍ତାକାଲି ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ ହେବ । ଏହି ଫେଜରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଂଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟରେ ଜିତାପଟ ପାଇଁ ପ୍ରାର୍ଥୀ, ଦଳ ଓ କର୍ମୀ ପୁରା ଦମ ଲଗାଇଦେଇଛନ୍ତି ।