କନକ ବ୍ୟୁରୋ : ବଡ଼ ଆଶ୍ୱସ୍ତି ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଅପରିବର୍ତ୍ତିତ ରହିଲା ରେପୋ ରେଟ, ବଢ଼ିବନି ଇଏମଆଇ । ଯାହାପରେ ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଗତ ୩ ଦିନ ଧରି ଆରବିଆଇର ମନିଟରି ପଲିସି କମିଟିର ବୈଠକ ପରେ ଆରବିଆଇ ରେପୋ ରେଟ୍ ନ ବଢିବା ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଦେଶର ମୁଦ୍ରାସ୍ପିତି ପରିସ୍ଥିତିକୁ ନଜର ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବରୁ ଲଗାତର ୬ଥର ରେପୋ ରେଟରେ ବୃଦ୍ଧି ହୋଇଥିଲା । ସୂଚନାଯୋଗ୍ୟ ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୨୫୦ ବେସିସ୍ ପଏଣ୍ଟ ବଢିଥିଲା ।