କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି ବଢିବ ନାହିଁ କି ହ୍ରାସ ପାଇବ ନାହିଁ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।
ଦେଶରେ ଦରଦାମ ହାର ଏବେ ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି। ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋ ରେଟ୍ ଖସିବାର କୌଣସି ସମ୍ଭାବନା ନାହିଁ।
Follow Us