କନକ ବ୍ୟୁରୋ : ଭାରତୀୟ ରିଜର୍ଭବ୍ୟାଙ୍କର ମୁଦ୍ରନୀତି ସମିତି ବୈଠକ ଆଜି ଶେଷ ହୋଇଛି । ଏପ୍ରିଲ ୫ ତାରିଖରେ ଏହି ବୈଠକ ଆରମ୍ଭ ହୋଇଥିଲା । ବୈଠକ ଶେଷହେବା ପରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଷ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କ ସୂଚନା ମୁତାବକ ରିଜର୍ଭବ୍ୟାଙ୍କ ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ରେପୋ ରେଟ୍ କୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରେପୋରେଟ୍ ୩.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

Advertisment

ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି କି ଯେତେବେଳ ପର୍ଯ୍ୟନ୍ତ ଗ୍ରୋଥ୍ ସ୍ଥିର ଅବସ୍ଥାକୁ ଆସିନାହିଁ ସେପର୍ଯ୍ୟନ୍ତ ପଲିସି ରେଟ୍ ଅପରିବର୍ତ୍ତିତ ରହିବ । ଅର୍ଥାତ ଆପଣଙ୍କୁ ଋଚ୍ଚର ଇଏମଆଇ ପୂର୍ବଭଳି ରହିବ । ଶସ୍ତା ଇଏମଆଇ ପାଇଁ ଆପଣଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡିବ । ଏହାସହ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ବୃଦ୍ଧି ୧୦.୫ ପ୍ରତିଶତ ରହିବ ବୋଲି ସେ ଅନୁମାନ କରିଛନ୍ତି ।