ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI

112

କନକ ବ୍ୟୁରୋ : ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । କ୍ରମାଗତ ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ରେପୋ ରେଟ୍ ୬ ଦଶମିକ ୫ ପ୍ରତିଶତ ଅପରିବର୍ତିତ ରଖିବାକୁ ଆରବିଆଇ ମନିଟାରୀ ପଲିସି କମିଟି ନିଷ୍ପତି ଗ୍ରହଣ କରିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଫଳରେ ମହଙ୍ଗା ହେବନି ଇଏମ୍ଆଇ । ଯାହା ଦ୍ୱାରା ଋଣ ନେଇଥିବା ଲୋକେ ଆଶ୍ୱସ୍ତ ପାଇବେ । ଏହା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ସମ୍ଭାବନା ରହିଛି । ଏହା ପୂର୍ବରୁ ଅଭିବୃଦ୍ଧି ହାର ୬ ଦଶମିକ ୫ ରହିବ ବୋଲି ଅନୁମାନ କରିଥିଲା ଆରବିଆଇ । ଏହା ସହ ଶକ୍ତିକାନ୍ତ ଦାସ କହିଛନ୍ତି, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ନଭେମ୍ବର-ଡିସେମ୍ବର ମାସରେ ମୁଦ୍ରାସ୍ପୀତି ଅଭିବୃଦ୍ଧି ଊଦ୍ଧ୍ୱର୍ଗାମୀ ରହିଥିଲା । ଏହା ଛଡା ଡାକ୍ତରଖାନା, ଶିଖାନୁଷ୍ଠାନ ଗୁଡ଼ିକ ଲାଗି ୟୁପିଆଇ ପେମେଂଟ ଲିମିଟ୍ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।