କନକ ବ୍ୟୁରୋ: ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

Advertisment

ସୁଧହାର ଅପରିବର୍ତ୍ତି ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ଏହାକୁ ଲଗାଇ ୫ମ ଥର ପାଇଁ ‘ରେପୋ ରେଟ୍‌’ ୬.୫%ରେ ରଖିବା ଲାଗି ନିଷ୍ପତ୍ତି ନେଇଛି। ଦେଶର ଅର୍ଥନୀତିଜ୍ଞମାନେ ମଧ୍ୟ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ସମ୍ପ୍ରସାରିତ ହେଉଥିବା ସାମଗ୍ରିକ ଆର୍ଥିକ ବିକାଶ ଓ ସ୍ଥିତିର ପୁଙ୍ଖାନୁପୁଙ୍ଖ ଆକଳନ କରିବା ପରେ ‘ରେପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନେଇଛି। ଫଳରେ, ସମ୍ପ୍ରତି ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ ୬.୨୫% ରହିବା ସହିତ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଓ ବ୍ୟାଙ୍କ୍‌ ରେଡ୍‌ ୬.୫%ରେ ରହିଲା।