ଘରେ ୨୦୦୦,୫୦୦ ଏବଂ ୨୦୦ ଟଙ୍କିଆ ଫଟା ନୋଟ୍ ରଖିଛନ୍ତି କି? ଯଦି ହଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କ ସମସ୍ୟାର ସମାଧାନ କରିବ ବ୍ୟାଙ୍କ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦,୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ସମେତ ବିମୁଦ୍ରୀକରଣ ପରେ ଜାରି ହୋଇଥିବା ସବୁ ଫଟା ନୋଟକୁ ବଦଳାଇବା ପାଇଁ ନୂଆ ନିୟମ କରିଛନ୍ତି । ତେବେ ଏହି ନିୟମ କେବଳ ଗୋଟିଏ କିମ୍ବା ଦୁଇଟି ନୁହଁ ପ୍ରତିଟି ବ୍ୟାଙ୍କରେ ଲାଗୁ ହେବାକୁ ସୁଚନା ମିଳିଛି ।
ତେବେ ଆପଣଙ୍କୁ କହିରଖୁଛୁ ଯେ ୮ ନଭେମ୍ବର ୨୦୧୬ ମସିହା ମୁଦ୍ରା ବିମୁଦ୍ରୀକରଣର ଘୋଷଣା ପରେ ଜାରି ହୋଇଥିବା ନୁତନ ୨୦୦୦,୫୦୦ ,୨୦୦ ଏବଂ ଅନ୍ୟ ନୁଆ ନୋଟ୍ ଫାଟିଯିବା ପରେ ଏହାକୁ ବଦଳାଇବା ପାଇଁ କୌଣସି ନିୟମ ପ୍ରଣୟନ କରାଯାଇନଥିଲା । ଏଥିଯୋଗୁଁ ଏହି ନୋଟ୍ ଚିରିଗଲେ ଲୋକଙ୍କ ପାଖରେ ଅଟକିଯାଉଥିଲା । ବ୍ୟାଙ୍କ ସମେତ ଆରବିଆଇ ମଧ୍ୟ ଏଭଳି ନୋଟକୁ ନେବାକୁ ମନା କରିଦେଲା । ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଜୋସ୍ ଜେ କଟ୍ଟୁଙ୍କ କହିବାନୁସାର,ସବୁ ବ୍ୟାଙ୍କ୍ ଶାକାକୁ ନୂଆ ଜାରୀ ହୋଇଥିବା ନୋଟ୍ କୁ ତତ୍କାଳ ପ୍ରଭାବରୁ ବଦଳାଇବାକୁ ଆଦେଶ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/written-note-620x400.jpg)
/kanak/media/post_attachments/wp-content/uploads/2018/09/torn-rupee-note-exchange-3-300x155.jpg)