କନକ ବ୍ୟୁରୋ: ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିଲାତି ରୂପ, ବିବାଦ ପରେ ତରବରିଆ ଭାବେ ବିକୃତ ଧୋତି ପିନ୍ଧାଇବା ଓ ଏହାପରେ ବି ବିବାଦ ବଢିବାରୁ ଶେଷରେ ପ୍ରତିମୂର୍ତିକୁ ହଟାଇନେଇଛି ଅନୁଗୁଳ ପୌରପରିଷଦ । ଉକ୍ରଳ ଦିବସ ଅବସରରେ ଅନୁଗୁଳର ଗାନ୍ଧି ପାର୍କରେ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ପ୍ରଥମେ ଏହି ଗାନ୍ଧିବାଦୀ ନେତାଙ୍କୁ ପ୍ୟାଣ୍ଟ, ସାର୍ଟ ପିନ୍ଧା ଯାଇଥିଲା । ଏହାର ବିରୋଧ ହେବା ପରେ ଭୁଲକୁ ପ୍ରଶାସନ ମାନିଥିଲା । ରାତାରାତି ପ୍ୟାଣ୍ଟକୁ ଭାଙ୍ଗି ଧୋତି ପଞ୍ଜାବ ପିନ୍ଧାଇ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ବିବାଦ ବଢିବାରୁ ଶେଷରେ ପ୍ରତିମୂର୍ତିକୁ ହଟାଇନେଇଛି ପୌରପାଳିକା ପ୍ରଶାସନ ।

Advertisment

ଜୀବନସାରା ଏହି ଗାନ୍ଧିବାଦୀ ନେତା  ନିରାଡମ୍ବର ଜୀବନଯାପନ କରିବା ସହ ଖଦିଧୋତି ପିନ୍ଧୁଥିଲେ । କିନ୍ତୁ  ଅନୁୁଗୁଳର ଗୋପବନ୍ଧୁ ପାର୍କରେ ପ୍ରଥମେ ଏହି ଗାନ୍ଧିବାଦୀ ନେତାଙ୍କୁ  ପ୍ୟାଣ୍ଟ, ସାର୍ଟ ପିନ୍ଧା ଯାଇଥିଲା । ଚାରିଆଡୁ ବିରୋଧ ହେବା ପରେ ରାତାରାତି ପ୍ୟାଣ୍ଟକୁ ବଦଳାଯାଇ ଧୋତି ପଂଜାବୀ  ପିନ୍ଧାଇଦିଆଯାଇଥିଲା । ଆଉ ଏହା ମଧ୍ୟ ଅତି ବିକୃତ ଥିଲା  । କିନ୍ତୁ ନବବାବୁ ଆଣ୍ଠୁ ଲୁଚୁନଥିବା ଧୋତି ପିନ୍ଧୁଥିବାବେଳେ ତାଙ୍କୁ ପାଦ ଯାଏଁ ଧୋତି ପିନ୍ଧାଇଦିଆଯାଇଥିଲା । ଆଉ ଏହା ଆଉ ଏକ ବିବାଦକୁ ଜନ୍ମ ଦେଇଥିଲା । ଅସନ୍ତୋଷ ପ୍ରକାଶ କରିଥିଲେ ନବପ୍ରେମୀ । ଖୋଦ ନବଙ୍କ ଝିଅ କ୍ରିଷ୍ଣା ମହାନ୍ତି ବି  ତାଙ୍କ ବାପାଙ୍କୁ କାହିଁକି ଅପମାନିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

ଏବେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ଠିକ କରିବା ପରେ ଲଗାଯିବ ବୋଲି କୁହାଯାଇଛି । କିନ୍ତୁ କେବେ ଲଗାଯିବ ସେ ନେଇ କୌଣସି ସଷ୍ଟୀକରଣ ଦିଆଯାଇନାହିଁ ।  ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତି ହଟାଇଦିଆଯିବା ସହ ପାର୍କରେ ଥିବା ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତିକୁ ବି ଘୋଡାଇଦିଆଯାଇଛି । ଏହି ପ୍ରତିମୂର୍ତିରେ ବି କିଛି ତ୍ରୁଟି ଥିବା ଆଶାଙ୍କ କରି ଏଭଳି ପଦକ୍ଷେପ ନେଇଛି ପୌରପାଳିକା ପ୍ରଶାସନ ।