ସୋର ରେଳଷ୍ଟେସନରେ ଚାଲିଛି ମରାମତି । ସିଗନାଲ ଖୁଂଟି ସହ ଭାଙ୍ଗିଯାଇଥିବା ଟ୍ରେନର ଅଂଶକୁ କାଟି କରାଯାଉଛି ମରାମତି । ଷ୍ଟେସନର ବିଜୁଳି ଖୁଂଟକୁ ଟ୍ରେନ ଟାଣିନେବା ପରେ ଦବିଯାଇଥିଲା ଫୁଟର ଓଭର ବ୍ରିଜ

208

କନକ ବ୍ୟୁରୋ: ସୋର ରେଳ ଷ୍ଟେସନରେ ଦୁର୍ଘଟଣା ପରେ ଚାଲିଛି ମରାମତି କାମ । ଓଭର ବ୍ରିଜ୍ ଓ ସିଗନାଲ୍ ଖୁଂଟିର ମରାମତି ଚାଲିଛି । ଟ୍ରେନର ଭାଙ୍ଗି ଯାଇଥିବା ଅଂଶକୁ ଗ୍ୟାସ୍ କଟରରେ କାଟି ବାହାର କରାଯାଉଛି । ଗତକାଲି ଏହି ଦୁର୍ଘଟଣା ଫଳରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା । ସୋର ରେଳ ଷ୍ଟେସନ୍ରେ ଏକ ବିଜୁଳି ଖୁଂଟକୁ ଧକ୍କା ଦେଇ ଗତକାଲି ମାଲବାହୀ ଟ୍ରେନ୍ ଚାଲି ଯାଇଥିଲା । ଯାହା ଫଳରେ ଷ୍ଟେସନ୍ରେ ଥିବା ଫୁଟ୍ ଓଭର ବ୍ରିଜ୍ ଦବି ଯାଇଛି ।

ବଡ଼ କଥା ହେଉଛି ଏହି ଫୁଟ ଓଭର ବ୍ରିଜରେ କେହି ଲୋକ ନଥିବାରୁ କେହି ଆହତ କିମ୍ବା ମୃତାହତ ହୋଇନାହାଁନ୍ତି । ଏହି ମାଲବାହୀ ଟ୍ରେନ୍ଟି ଧାମରାରୁ ହଳଦିଆ ଅଭିମୁଖେ ଯାଉଥିଲା । ଟ୍ରେନର ଗୋଟିଏ ଡବା, ଖୋଲାଥିବା କାରଣରୁ ବିଜୁଳି ଖୁଂଟ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ଆଜି ଚାଲିଛି ମରାମତି କାମ ।