କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ୨୩ ତାରିଖ ମଧ୍ୟାହ୍ନ ୧ଟାରୁ ଏହି ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସିନ୍ଦୂକ ଓ ଖାଲି ଆଲମିରା ସ୍ଥାନାନ୍ତର ହେବ ।
ଭିତର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପାଇଁ ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ବଢିଛନ୍ତି । ଆସନ୍ତା ୨୩ ତାରିଖରେ ଭିତର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରାଗୁଡିକର ସ୍ଥାନାନ୍ତର ହେବ । ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଏସଓପି ଅନୁସାରେ ଏହି ସ୍ଥାନାନ୍ତର ହେବ । ଏହି ଦିନ ଶ୍ରୀଜୀଉଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ନ କରି ସ୍ଥାନାନ୍ତରଣ କରିବାକୁ ନୀତିନିର୍ଘଂଟ ସ୍ଥିର ହୋଇଛି ।
- ୨୩ ତାରିଖ ଶୁକ୍ରବାର ଦିନ ଏକଘଂଟାଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
- ଦିନ ୨ଟାରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସ୍ଥାନାନ୍ତର ଆରମ୍ଭ ହେବ
- ସ୍ଥାନାନ୍ତର ସରିବା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
-ଖାଲି ସିନ୍ଦୂକ ଓ ଆଲମିରାକୁ ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟସ୍ଥ ଏକ ଘରେ ରଖାଯିବ
- ମହାପ୍ରସାଦ କିଣିବାକୁ ଥିଲେ ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାର ଯିବେ
- ମହାପ୍ରସାଦ କିଣି ଉତ୍ତର ଦ୍ବାର ପଟେ ପ୍ରସ୍ଥାନ କରିପାରିବେ
କେବେ ହେବ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ?
ଗଣତିମଣତି ପାଇଁ ତାରିଖ ଘୋଷଣାକୁ ଅପେକ୍ଷା
ଜୁଲାଇ ୧୪ ଓ ୧୮ ତାରିଖ ଦିନ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଛି । ଏବେ ଖାଲି ସିନ୍ଦୂକ ଓ ଆଲମିରା ଗୁଡିକର ସ୍ଥାନାନ୍ତର ପରେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇପାରେ ବୋଲି କୁହାଯାଉଛି ।
-ଏଏସଆଇର ଉଚ୍ଚସ୍ତରୀୟ ଟିମ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବ
-ଏଥିପାଇଁ ଏକ ସ୍ବତନ୍ତ୍ର ଏସଓପି ଆସିବ
-କିନ୍ତୁ ଏ ଯାଏଁ ଏଏସଆଇକୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ
-ଭିତର ରତ୍ନଭଣ୍ଡାରର ମରାମତି ପରେ ମହାପ୍ରଭୁଙ୍କର ଅଳଙ୍କାରର ହେବ ଗଣତି ମଣତି
ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର କେତେ ଅଳଙ୍କାର ରହିଛି, ତାକୁ କୋଟି କୋଟି ଜଗନ୍ନାଥପ୍ରେମୀ ଅପେକ୍ଷା କରି ରହିଛନ୍ତି।