ସ୍କୁଲ ଖୋଲିବ ଏମିତି : ପାଠପଢା ଆରମ୍ଭ ହେବା ପୂର୍ବରୁ ସାନିଟାଇଜ୍ ହେବ ସ୍କୁଲ; ପିଇବା ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ, ସ୍କୁଲ ଆସିବାକୁ ପିଲାଙ୍କୁ କରାଯିବନି ବାଧ୍ୟ

294

କନକ ବ୍ୟୁରୋ : ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ସରକାର ଏସଓପି ଜାରି କରିଛନ୍ତି । କରୋନା ସମୟରେ କେମିତି ପାଠପଢା ଆରମ୍ଭ ହେବ ସେନେଇ ଏକ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲରେ ପାଠପଢା ଆରମ୍ଭ ହେବା ପୂର୍ବରୁ ସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରିବା ପାଇଁ କୁହାଯାଇଛି ।

ସେହିପରି ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଶୌଚାଳୟ ବା ପିଇବା ପାଣିର ବ୍ୟବସ୍ଥା ନାହିଁ, ସେଠାରେ ସ୍କୁଲ ଖୋଲାଯାଇ ପାରିବ ନାହିଁ ଏସଓପିରେ ଉଲ୍ଲେଖ ରହିଛି । ସେହିପରି ସ୍କୁଲ ଆସିବାକୁ ପିଲାଙ୍କୁ ବାଧ୍ୟ କରାଯିବ ନାହିଁ । ଅଭିଭାବକଙ୍କ ଅନୁମତିରେ ଆସିପାରିବେ ଛାତ୍ରଛାତ୍ରୀ । ତେବେ ଅବରୋଧ ଅଞ୍ଚଳରେ ସ୍କୁଲ ଖୋଲିବ ନାହିଁ । କରୋନା ସ୍ଥିତିକୁ ଦେଖି କେଉଁଠି ସ୍କୁଲ ଖୋଲିବ ଜିଲ୍ଲାପାଳ ନିଷ୍ପତ୍ତି ନେବେ ।