ବିଶ୍ୱକୁ ଓଡ଼ିଶାର ଅବଦାନ ଶବରୀ ଉପାଖ୍ୟାନ: ‘ଜଗନ୍ନାଥ ଦେଶର କଥା’ ପୁସ୍ତକ ଉନ୍ମୋଚନ ବେଳେ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିର କଥା କହିଲେ, ଖ୍ୟାତିସମ୍ପନ୍ନ ଲେଖକ ଦେବଦତ ପଟ୍ଟନାୟକ
କନକ ବ୍ୟୁରୋ: ଆମ ଓଡ଼ିଶାର ଭିତି ହେଉଛନ୍ତି ଜଗନ୍ନାଥ । ବିଶ୍ୱକୁ ଓଡ଼ିଶାର ଅବଦାନ ହେଉଛି ରାମାୟଣର ଶବରୀ ଉପାଖ୍ୟାନ । ସର୍ବପ୍ରଥମେ ଦାଣ୍ଡି ରାମାୟଣରେ ବଳରାମ ଦାସ ଶବରୀ ଅଇଁଠା କଥା ଲେଖାଯାଇଥିଲା । ଏଭଳି କିଛି କହିଛନ୍ତି-ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ୍ ଦେବଦତ ପଟ୍ଟନାୟକ । ଟେଲ୍୍ସ ଫ୍ରମ୍ ଦ ଲ୍ୟାଣ୍ଡ ଅଫ୍ ଜଗନ୍ନାଥ ଏବଂ ଏହାର ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହା କହିଛନ୍ତି ଦେବଦତ ପଟ୍ଟନାୟକ । ପ୍ରକାଶନ ସଂସ୍ଥା ‘ପେନ-ଇନ୍ ବୁକ୍ସ’ ପକ୍ଷରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷଷକ ଆର୍ ବାଲ୍କ୍ରିଷ୍ଣନ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହାନତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅବସରରେ ବହିକୁ ଓଡ଼ିଆରେ ଅନୁବାଦ କରଥିବା ତପନ କୁମାର ପଣ୍ଡା କହିଥିଲେ- ଏହି ବହି ଉଭୟ ଓଡ଼ିଆ ଓ ଅଣଓଡ଼ିଆଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ।