ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ପାଇଁ ୮.୫ କୋଟି ଟଙ୍କା ମଞ୍ଜୁର କଲେ ନବୀନ । ଏବେ ଏମିତି ଦିଶିବ ବଳଦେବଜୀଉ ମନ୍ଦିର

Advertisment
ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ପାଇଁ ୮.୫ କୋଟି ଟଙ୍କା ମଞ୍ଜୁର କଲେ ନବୀନ  । ଏବେ ଏମିତି ଦିଶିବ ବଳଦେବଜୀଉ ମନ୍ଦିର

କନକ ବ୍ୟୁରୋ : ଏବେ ଏମିତି ଦିଶିବ ବଳଦେବଜୀଉ ମନ୍ଦିର । ଚାରିପଟେ ରହିବ ଆଧ୍ୟାତ୍ମିକ ପାର୍କ । ସବୁଜ ଗାଲିଚା ସାଙ୍ଗକୁ ମନକୁ ଛୁଇଁଲା ଭଳି ପ୍ରତିମୂର୍ତ୍ତି ରହିବ । ରଙ୍ଗବେରଙ୍ଗର ଲାଇଟରେ ଝଲସି ଉଠିବ ମନ୍ଦିରର ଚତୁଃପାଶ୍ୱର୍ । ଏହାଛଡା ମନ୍ଦିର ନିକଟରେ ଥିବା ଐତିହ୍ୟ ସର୍ମ୍ପନ୍ନ ପୁଷ୍ମରଣୀର ଉନ୍ନତିକରଣ କରାଯାଇ ଏହାକୁ ଆହୁରି ଆର୍କଷଣୀୟ କରାଯିବ । ଏଥିରେ ବୋଟିଂର ବ୍ୟବସ୍ଥା ମଧ୍ୟ ରହିବ । ଆଉ ଏଥିପାଇଁ ରାଜ୍ୟ ସରକାର କେବଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିନାହାନ୍ତି ବରଂ ଏଥିପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-imageମୁଖ୍ୟମନ୍ତ୍ରୀଙ୍କ ଫୋକସରେ ତୁଳସୀକ୍ଷେତ୍ର । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ୮.୫ କୋଟି ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ସନ୍ଧ୍ୟାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ରାପଡ଼ା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଓ ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମନ୍ଦିରକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକାଶ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ଏହାଛଡା ଏଠାରେ ଆଧ୍ୟାତ୍ମିକ ପାର୍କ, ଐତିହ୍ୟ ପୁଷ୍କରଣୀ, ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାପୂର୍ବରୁ ଗତ ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଇଥିବା ବେଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର ଦର୍ଶନ କରିଥିଲେ । ସେତେବେଳେ ମଧ୍ୟ ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ଘୋଷଣା କରିଥିଲେ ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe