କନକବ୍ୟୁରୋ: ୫ ସ୍ତ୍ରୀଙ୍କ ସ୍ବାମୀ ରଙ୍ଗିଲା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଅଧିକ ପଚରାଉଚରା ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର ଖୋଲିବ । ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା ।

Advertisment

ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ ।