ବିନା ଅଧ୍ୟାପକରେ ଚାଲିଛି ରେଙ୍ଗାଳି ଯୁକ୍ତ ଦୁଇ କଲେଜ : କଲେଜରେ ଝୁଲୁଛି ତାଲା, ପିଲାଙ୍କ ପାଠପଢ଼ା ଠପ୍

78

କନକ ବ୍ୟୁରୋ : ରେଙ୍ଗାଳି ଯୁକ୍ତ ୨ କଲେଜରେ ଝୁଲୁଛି ତାଲା । ଜଣେ ବି ଅଧ୍ୟାପକ କି ଅଧ୍ୟକ୍ଷ ନାହାନ୍ତି । ବିନା ଅଧ୍ୟାପକରେ କଲେଜରେ ପାଠପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ । ୧୯୮୩ ମସିହାରେ ରେଙ୍ଗାଳୀ ବହୁମୁଖୀ ଜଳଭଣ୍ଡାର ଯୋଜନାରେ ରେଙ୍ଗାଳୀ ପ୍ରକଳ୍ପ କଲେଜ ସ୍ଥାପିତ ହୋଇଥିଲା । କଲେଜର ଦାୟିତ୍ୱ ନେଇଥିଲେ ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ।

ଜଳ ସଂପଦ ବିଭାଗରୁ ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଥିଲେ । କିନ୍ତୁ ବିଡ଼ମ୍ବନା ଆଜି କଲେଜରେ ତାଲା ଝୁଲୁଛି । ଧୀରେ ଧୀରେ ସମସ୍ତ ଅଧ୍ୟାପକ ପ୍ରିନ୍ସିପାଲଙ୍କ ଅବସର ନେଇଥିଲେ । ହେଲେ ଏହା ପରେ ଏଠାରେ ପ୍ରିନ୍ସିପାଲ, ଅଧ୍ୟାପକ ଏପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି । ଯାହା ପାଇଁ କଲେଜରେ ତାଲା ଝୁଲୁଛି । କଲେଜରେ କଳା ଓ ବିଜ୍ଞାପ ଶେଷ ବର୍ଷରେ ପାଠ ପଢ଼ୁଛନ୍ତି ୧୨୮ ଜଣ ଛାତ୍ରଛାତ୍ରୀ ।