ଖୁବଶୀଘ୍ର ଆସିବ ଇଲେକ୍ଟ୍ରିକ୍ କାର ଦୁନିଆର ସବୁଠାରୁ ଶସ୍ତା କାର୍ ! ଗାଡ଼ିର ଲମ୍ବ ମାତ୍ର ୨.୩ ମିଟର, ଜଣେ ବସିପାରିବା ସହ ରହିଛି ଅତ୍ୟାଧୁନିକ ଫିଚର୍ସ ।

704

କନକ ବୁରୋ: ଗ୍ରେଟର ନୋଏଡାଠାରେ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଅଟୋ ଏକ୍ସପୋ ୨୦୨୦ ଉଦଯାପିତ ଅବସରରେ ସମସ୍ତଙ୍କ ମନ ଜିତିପାରିଥିଲା ଏକ ସିଟ ବିଶିଷ୍ଟ କାର ପ୍ରଦର୍ଶିତ କରାଯାଇଛି । ରେନଲଟ ପକ୍ଷରୁ ପ୍ରଦର୍ଶିତ ଏହି କାରର ନାମ ଟ୍ୱିଜି ଦିଆଯାଇଥିବାବେଳେ ଏଥିରେ କେବଳ ଜଣେ ହିଁ ବସିପାରିବେ । ଏହି କାରଟି ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ ହୋଇଥିବାବେଳେ ଏହାର ଲମ୍ବା ୨୩୩୮ ମିଲିମିଟର ହୋଇଥିବାବେଳେ ଚଉଡ଼ା ୧୩୮୧ ମିଲିମିଟର ରହିଛି ।

ଏହି ଗାଡ଼ିଟିରେ ଲିଥିୟମ ବ୍ୟାଟେରୀ ଦିଆଯାଇଥିବାବେଳେ ସର୍ବାଧିକ ୮୦ କିଲୋମିଟର ବେଗରେ ଏହି ଗାଡିଟି ଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଗାଡ଼ିରେ ଏୟାର ବ୍ୟାଗ ସହ ହ୍ୟାଣ୍ଡରେଷ୍ଟ ଇଣ୍ଡିଜରେଟେଡ଼ ସିଷ୍ଟମ ମଧ୍ୟ ଦିଆଯାଇଛି । ସେହିପରି ମୋବାଇଲ ଚାରଜିଙ୍ଗ ସୁବିଧା ସହ ବ୍ଲୁଟୁଥର ମଧ୍ୟ ବ୍ୟବସ୍ଥା ରହିଛି, ଥରେ ଚାର୍ଜ କଲେ ଟ୍ୱିଜି ୧୦୦ କିଲୋମିଟର ଯାଏଁ ଯାଇପାରିବ । ତେବେ ଏହି ଜଣିକିଆ ସିଟ ବିଶିଷ୍ଟ କାର କେବେ ଲଞ୍ଚ ହେବ ସେ ବାବଦରେ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ ।

ଏଠାରେ ସୂଚନା ଥାଉ କି ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ସ୍ବପ୍ନ ଖୁବ୍ଶୀଘ୍ର ପୂରଣ ହେବାକୁ ଯାଉଛି । କାରଣ ଏଠାରେ ଗାଡ଼ି ବିକ୍ରି କରୁଥିବା ପ୍ରାୟ ସମସ୍ତ ପ୍ରମୁଖ କଂପାନି ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରିବା ଲାଗି ନିଜକୁ ପ୍ରସ୍ତୁତ କରିସାରିଛନ୍ତି । ଏହାର ଝଲକ ଅଟୋ ଏକ୍ସପୋ ୨୦୨୦ରେ ଦେଖିବାକୁ ମିଳିଛି । ଏକ୍ସପୋରେ ଭାଗ ନେଇଥିବା କଂପାନିଗୁଡ଼ିକ ସେମାନଙ୍କ ଇଲେକ୍ଟ୍ରିକ୍ ଯାନ ମଡେଲଗୁଡ଼ିକୁ ପ୍ରଦର୍ଶନ କରିବା ପ୍ରତି ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି । ପ୍ରମୁଖ ଗାଡ଼ି ନିର୍ମାତା ସେମାନଙ୍କ ଇଲେକ୍ଟ୍ରିନ ଯାନ ଯୋଜନା ବିଷୟରେ ଘୋଷଣା କରିଛନ୍ତି।