କନକ ବ୍ୟୁରୋ: ରେମୁଣାକୁ ୨୦୦୯ରେ ସ୍ୱତନ୍ତ୍ର ନିର୍ବାଚନୀ ମଣ୍ଡଳୀ ମାନ୍ୟତା ମିଳିଥିଲା । ଏହା ଭିତରେ ଏଠାରେ ୨ଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୦୦୯ରେ ବିଜେଡି ଓ ୨୦୧୪ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଛି । ବିଜେଡି ଓ କଂଗ୍ରେସରୁ ନୂଆ ମୁହଁ ଭାବେ ଯଥାକ୍ରମେ ସୁଧାଂଶୁ ଶେଖର ପରିଡା ଓ ପ୍ରତାପ ସେଠୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବର୍ତ୍ତମାନର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଛି । ତେବେ ଏଠାରେ ବାମପନ୍ଥୀଙ୍କ ଭୋଟ୍ ନିର୍ଣ୍ଣାୟକ ଭୂମିକା ସାଜିପାରେ ।
ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୫ ହଜାର ୮୨୫
- ମତ ଦେଇଥିଲେ – ୧ ଲକ୍ଷ ୪୯ ହଜାର ୦୨୨
- ଭୋଟଦାନ ହାର – ୭୬.୧୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୁଦର୍ଶନ ଜେନା ବିଜେଡି ୫୭,୧୪୪ ୩୮.୩୫% ପରାସ୍ତ
ପ୍ରତ୍ୟୁଷ ରଂଜନ ଜେନା କଂଗ୍ରେସ ୧୩,୭୧୬ ୯.୨୦% ପରାସ୍ତ
ଗୋବିନ୍ଦ ଚନ୍ଦ୍ର ଦାସ ବିଜେପି ୭୦,୯୭୩ ୪୭.୬୩% ବିଜୟୀ
କିଏ ମାରିଥିଲା ବାଜି?
- ବିଜେପିର ଗୋବିନ୍ଦ ଚନ୍ଦ୍ର ଦାସ ନିର୍ବାଚନ ଜିତିଥିଲେ
- ୭୦ ହଜାର ୯୭୩ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ସୁଦର୍ଶନ ଜେନାଙ୍କୁ ପରାସ୍ତ କରିଥିଲେ
- ୧୩ ହଜାର ୮୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ସୁଧାଂଶୁ ପରିଡା
କଂଗ୍ରେସ: ପ୍ରତାପ ସେଠୀ
ବିଜେପି: ଗୋବିନ୍ଦଚନ୍ଦ୍ର ଦାସ
୨୦୧୯--ବିଜେଡି: ସୁଧାଂଶୁ ପରିଡା
- ବିଜେଡିର ନୂଆ ଚେହେରା
- ବ୍ୟବସାୟୀରୁ ରାଜନୀତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
୨୦୧୯-- କଂଗ୍ରେସ: ପ୍ରତାପ ସେଠୀ
- କଂଗ୍ରେସର ନୂଆ ମୁହଁ
- ସଂଗଠନ ରହିଛି
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯--ବିଜେପି: ଗୋବିନ୍ଦଚନ୍ଦ୍ର ଦାସ
- ୨୦୦୯ରେ ପରାଜିତ ( ସ୍ୱାଧିନ ପ୍ରାର୍ଥୀ )
- ୨୦୧୪ରେ ବିଧାୟକ ( ବିଜେପି )
- ଦ୍ୱିତୀୟଥର ପାଇଁ ବିଜେପି ପ୍ରାର୍ଥୀ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଅନୁୂସୂଚିତ ଜାତି ( ଏସ୍ସି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ରେମୁଣା ବ୍ଳକ୍ ଏବଂ ବାଲେଶ୍ୱର ବ୍ଳକର ୯ଟି ପଂଚାୟତକୁ ନେଇ ଗଠିତ
- ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ୨୦୦୪ରେ ନିର୍ବାଚନ ମଣ୍ଡଳୀ ଗଠିତ
- ୨୦୦୯ରେ ବିଜେଡିର ସୁଦର୍ଶନ ଜେନା ବିଧାୟକ
- ୨୦୧୪ରେ ବିଜେପିର ଗୋବିନ୍ଦ ଚନ୍ଦ୍ର ଦାସ ବିଧାୟକ