ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପଜିଟିଭ ନେଇ ଦେଲେ ସୂଚନା, ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସଥିଲେ ସୁଧାଂଶୁ ।

754

କନକ ବ୍ୟୁରୋ: ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ଆକ୍ରାନ୍ତ ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ତାଙ୍କର ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ସୂଚନା ଦେଇଥିବା ରେମୁଣା ବିଧାୟକ ଫୋନ ମାଧ୍ୟମରେ କନକ ନ୍ୟୁଜକୁ କହିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା କି, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂଶ୍ପର୍ସରେ ଆସିଥିଲେ । ତାଙ୍କ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଛନ୍ତି ।