ମୁହଁରେ ଉଠୁଥିବା କେଶକୁ ନେଇ ଚିନ୍ତିତ କି ? ତେବେ ବ୍ୟବହାର କରନ୍ତୁ କିଛି ଉପଚାର

ମୁହଁରେ ଉଠୁଥିବା କେଶକୁ ନେଇ ଚିନ୍ତିତ କି ? ତେବେ ବ୍ୟବହାର କରନ୍ତୁ କିଛି ଉପଚାର

Patrika

ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କ ଅପର୍ ଲିପ୍ ବା ଓଠର ଉପରିଭାଗରେ ହେଉଥିବା କେଶକୁ ନେଇ ଚିନ୍ତାରେ ରହୁଛନ୍ତି । କାହିଁକି ନା ଏଥିପାଇଁ ସେମାନଙ୍କୁ ଅନେକ ସମୟରେ ଅନ୍ୟର ମଜାର କାରଣ ବନିବାକୁ ପଡ଼ୁଛି । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ କହିବୁ । ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ ।

publive-image

ହଳଦୀ ଏବଂ ପାଣିର ଉପଯୋଗ :

ଆପଣ ଏକ ଚାମଚ ହଳଦୀ ପାଉଡ଼ରରେ ଏମିତି ମାତ୍ରାରେ ପାଣିକୁ ମିଶ୍ରଣ କରନ୍ତୁ,ଯେପରିକି ତାହା ଏକ ଗାଢ଼ା ପେଷ୍ଟ୍ ଭଳି ପ୍ରସ୍ତୁତ ହେବ !ଏହାପରେ ଆପଣ ଏହି ପେଷ୍ଟକୁ ଆପଣଙ୍କ ଓଠର ଉପରିଭାଗରେ ଧୀରେ ଧୀରେ ଲଗାନ୍ତୁ । ୩୦ ମିନିଟ୍ ପରେ ଏହାକୁ ପୋଛି ଛଡ଼ାଇବାକୁ ହେବ। ତେବେ ଆପଣଙ୍କୁ ଏହି ଉପାୟଟିକୁ ଅତିକମରେ ୪ ସପ୍ତାହ କରିବାକୁ ହେବ। ଏହା ଫଳରେ ଆପଣଙ୍କ ଓଠର ଉପରି ଭାଗରେ ହେବାକୁ ଥିବା କେଶର ବିକାଶକୁ ଏହା ଶୁଖାଇ ଦେଇଥାଏ ।

publive-image

ଲେମ୍ବୁ,ଚିନି ଏବଂ ପାଣିର ଉପଯୋଗ

ଆପଣ ଏକ ପାତ୍ରରେ କିଛି ପରିମାଣର ଲେମ୍ବୁ ରସ,ଚିନି ଏବଂ ପାଣି ଆଣି ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହାପରେ ଆପଣ ଏହାକୁ ଆପଣଙ୍କ ଓଠର ଉପରି ଭାଗରେ ୧୫ ମିନିଟ୍ ପର୍ୟ୍ୟନ୍ତ ଲଗାଇ ରଖି ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ ।

publive-image

ଅଣ୍ଡାର ଧଳା ଅଂଶ ଏବଂ ଚିନିର ଉପଯୋଗ

ଆପଣ ଏକ ଚାମଚ ଅଣ୍ଡାର ଧଳା ଅଂଶରେ ଏକ ଚାମଚ ଅଟା ଓ ଏକ ଚାମଚ ଚିନିକୁ ମିଶାଇ ଦେଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏହାକୁ ଆପଣଙ୍କ ଓଠର ଉପରି ଭାଗରେ ଲଗାଇଦିଅନ୍ତୁ । ତେବେ ଆପଣଙ୍କୁ ସପ୍ତାହକ ମଧ୍ୟରେ ୨ଥର ଏପରି କରିବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe