ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।

115

କନକ ବ୍ୟୁରୋ: ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଳମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଶୀତ ଅଧିବେଶନ ଆରମ୍ଭରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ପ୍ରସ୍ତାବ ରଖିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଘବଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ନିଜ ନିଳମ୍ବନ ନିଷ୍ପତି ନେଇ ରାଘବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏହି ମାମଲାରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି ରାଘବଙ୍କୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଆଜି ରାଘବଙ୍କ ଉପରୁ ନିଳମ୍ବନ ନିଷ୍ପତି ପ୍ରତ୍ୟାହାର କରିଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆପ୍ ରାଜ୍ୟସଭା ସାଂସଦ ।