ପେଟ୍ରୋଲ ପମ୍ପ, ବିମାନବନ୍ଦର ଏବଂ ରେଳଷ୍ଟେସନ ମାନଙ୍କରୁ ତୁରନ୍ତ ହଟାଯାଉ ମୋଦିଙ୍କ ଫଟୋ ଥିବା ପୋଷ୍ଟର । ନିର୍ବାଚନ କମିସନଙ୍କ ନିକଟରେ କଂଗ୍ରେସର ଦାବି

ପେଟ୍ରୋଲ ପମ୍ପ, ବିମାନବନ୍ଦର ଏବଂ ରେଳଷ୍ଟେସନ ମାନଙ୍କରୁ ତୁରନ୍ତ ହଟାଯାଉ ମୋଦିଙ୍କ ଫଟୋ ଥିବା ପୋଷ୍ଟର । ନିର୍ବାଚନ କମିସନଙ୍କ ନିକଟରେ କଂଗ୍ରେସର ଦାବି

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଅଚରଣ ବିଧି ଲାଗୁ ପରେ ଜାତୀୟ ଦଳ କଂଗ୍ରେସ, ବିଜେପି ପରି ଆଞ୍ଚଳିକ ଦଳ ବିଜେଡି କେହି ହେଲେ ବର୍ତ୍ତି ପାରିନାହାନ୍ତି। କାନ୍ଥବାଡ଼, ଖୁଣ୍ଟ, ଦୋକାନ, ରାସ୍ତାରେ ଆଦି ଲାଗିଥିବା କୌଣସି ଦଳ କିମ୍ବା ରାଜନେତାଙ୍କ ଫଟୋ ଜନିତ ପୋଷ୍ଟରକୁ କାଢ଼ି ଦିଆଯାଇଛି।

publive-image

ମାତ୍ର ଶାସକ ଦଳ ବିଜେପି ନିର୍ବାଚନ କମିସନ ଜାରି କରିଥିବା ଏହି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ପେଟ୍ରୋଲ୍‌ ପମ୍ପ୍‌, ବିମାନବନ୍ଦର ଓ ରେଳ ଷ୍ଟେସନ୍‌ ଆଦି ସ୍ଥାନରେ ଏବେ ବି ମୋଦିଙ୍କ ଫଟୋ ଲଗାଯାଇଛି। ଯାହାକି ଏକ ପ୍ରକାରର ବିଜ୍ଞାପନ ଅନ୍ତର୍ଭୂକ୍ତ। ମୋଦିଙ୍କ ଫଟୋକୁୁ ଏପରି ସ୍ଥାନରୁ ତୁରନ୍ତ ହଟାଯାଉ ବୋଲି କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି ହୋଇଛି।

publive-image https://www.aninews.in/

ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନର ତାଲିକା ନିକଟ ଅତୀତରେ ନିର୍ବାଚନ କମିସନ ଜାରି କରି ସାରିଛନ୍ତି। ତାଲିକା ଜାରି ହେବା ସହ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଆଚରଣ ବିଧି ମୁତାବକ ସମସ୍ତ ଦଳ ଓ ରାଜନେତାଙ୍କ ହୋର୍ଡିଂ ଓ ପୋଷ୍ଟର୍‌କୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe