ହଟିଲା ମହାପ୍ରସାଦ ଉପରୁ କଟକଣା : ଏଣିକି ଭକ୍ତ ପାଇପାରିବେ ଅବଢ଼ା, ଡ଼ିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର; ସରକାରଙ୍କୁ ପ୍ରସ୍ତାବ ପତିତପାବନକୁ ଦର୍ଶନ ପାଇଁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯିବାକୁ ଭକ୍ତଙ୍କୁ ଦିଆଯାଉ ଅନୁମତି 

1,419
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଉପରେ ହଟିଲା କଟକଣା । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ମହପ୍ରସାଦ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ ଅର୍ଡର ଦେଇପାରିବେ । ତାସହିତ କାର୍ତିକମାସ ରେ ମହାପ୍ରସାଦ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି ।
ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ନେଇ ଆଲୋଚନା କରିଥିଲେ । ଏଥିରେ ହୋଇଥିବା ନିଷ୍ପତି ଅନୁସାରେ ହିବଷ୍ୟାଳିମାନେ ଉତରଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ ବିକ୍ରି କରିପାରିବେ ମହାପ୍ରସାଦ । ସେହିଭଳି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀମନ୍ଦିର ।
ଏ ନେଇ ଲେବାୟତଙ୍କ ସହ ଆଲୋଚନା କରିଛି । ସେହିଭଳି ପତିତପାବନଙ୍କୁ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ଯାଏଁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଲୋକଙ୍କ ମତାମତକୁ ଭିତିକରି ଏହି ପ୍ରସ୍ତାବ ଦିଆଯାଇଛି ।