ମାଓ ମୁକ୍ତ ହେଲା ରାଜ୍ୟର ଆଉ ୫ ଜିଲ୍ଲା: ମାଓ ପ୍ରବଣ ତାଲିକାରୁ ବାଦ ପଡିଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ; ଟୁଇଟ୍ କରି ସୂଚନା ଦେଲେ ପୋଲିସ ଡିଜି

Advertisment
ମାଓ ମୁକ୍ତ ହେଲା ରାଜ୍ୟର ଆଉ ୫ ଜିଲ୍ଲା: ମାଓ ପ୍ରବଣ ତାଲିକାରୁ ବାଦ ପଡିଲେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ; ଟୁଇଟ୍ କରି ସୂଚନା ଦେଲେ ପୋଲିସ ଡିଜି

କନକ ବ୍ୟୁରୋ: ମାଓବାଦୀ ପ୍ରଭାବିତ ଅଂଚଳରୁ ମୁକ୍ତ ହେଲା ଆଉ ୫ ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡ । ଏହା ସହ ସୁରକ୍ଷା ସମ୍ପର୍କିତ ଖର୍ଚ, ଏସଆରଇ ତାଲିକାରୁ ଏହି ଜିଲ୍ଲାଗୁଡିକୁ ବାଦ ଦିଆଯାଇଛି । ଓଡିଶା ସରକାର ଏଥିପାଇଁ ଆଜ ିମଞ୍ଜୁରୀ ଦେଇଛନ୍ତି । ଏନେଇ ଡିଜିପି ଆଜି ଟ୍ୱିଟ କରିଛନ୍ତି ।

ଏଥିରେ କୁହାଯାଇଛି, ଓଡିଶାକୁ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ଓଡିଶା ପୁଲିସ ପ୍ରତିଶ୍ରୁତିବଦ୍ଧ । ବର୍ତମାନ ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ମାଓ ମୁକ୍ତ ହୋଇପାରିଛି । ୨ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇପାରିଛି । ପୂର୍ବରୁ ୨୦୧୮ ଏପ୍ରିଲରେ ୬ ଜିଲ୍ଲା ଯାଜପୁର, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ମାଓମୁକ୍ତ ଅଂଚଳ ଘୋଷିତ ହୋଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe