କନକ ବ୍ୟୁରୋ: ଜବରଦଖଲ ମୁକ୍ତ ହେଲା ପୁରୀ ବଡ଼ଦାଣ୍ଡ । ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାରୁ ହଟିଲା ଉଠାଦୋକାନ । ମାର୍କେଟ ଛକୁ ଦେଖାଗଲା ବଡଦାଣ୍ଡର ୧୦୦ ଫୁଟିଆ ରୋଡ । ଶ୍ରୀମନ୍ଦିର ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧୦୦ ଫୁଟ ଓସାରର ରାସ୍ତା ଏବେ ପୁରା ଦୃଶ୍ୟମାନ ହେଉଛି । ଭକ୍ତଙ୍କ ଯାତାୟତକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀ ମୁକ୍ତ କରାଯାଇଥିଲା । ପରେ ମାର୍କେଟ ଛକରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ହଟାଯାଇଛି । କିଛି ଦୋକାନୀ ପୂର୍ବରୁ ଉଠିଯାଇଥିବା ବେଳେ ଯେଉଁମାନେ ହଟିନଥିଲେ ସେମାନଙ୍କ ପୌର ପ୍ରଶାସନ ପକ୍ଷରୁ ହଟାଯାଇଛି ।