ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜା ଅସୁସ୍ଥ । ହାର୍ଟ ଆଟାକ୍ କାରଣରୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି

356

କନକ ବ୍ୟୁରୋ : ବିଶିଷ୍ଠ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ହାର୍ଟ ଆଟାକରେ ଶିକାର ହୋଇଛନ୍ତି । ତାଙ୍କୁ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର angioplasty ଅପରେଶନ ହୋଇଥିବା ସୂଚନା ମିଳିଛି  । କୁହାଯାଇଛି କି ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ସୂଚନା ମୁତାବକ ରେମୋ ଡିସୋଜାଙ୍କୁ ଶୁକ୍ରବାର ୨.୩୦ ମିନିଟ୍ ସମୟରେ ହାର୍ଟ ଆଟାକ୍ ହୋଇଥିଲା । କୁହାଯାଇଛି କି ରେମୋଙ୍କ ହାଟରେ ଥିବା ବ୍ଲକେଜ କାଢିଦେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସହିତ ତାଙ୍କ ସ୍ତ୍ରୀ ଲିଜେଲ ରହିଛନ୍ତି ।
କହିରଖୁ କି ରେମୋଙ୍କ ଅସୁସ୍ଥତା ଖବର ବଲିଉଡର ଅନ୍ୟତମ କୋରିଓଗ୍ରାଫର ଅହମ୍ମଦ ଖାନ ଏକ ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଥିଲେ। ରେମୋ ଅହମ୍ମଦଙ୍କ ସହ ଦୀର୍ଘ ୬ ବର୍ଷ କାଲ କରିଥିଲେ । ସେ କେତକ ସିନେମା ଅହମ୍ମଦ ଖାନଙ୍କ ସହଯୋଗୀ ଭାବେ ବି କାମ କରିଛନ୍ତି ।
ରେମୋଙ୍କ କଥା କୁହାଗଲେ ସେ ବଲିଉଡର ଜଣେ ଜଣାଶୁଣା କୋରିଓଗ୍ରାଫର ଭାବେ ନାମ କମାଇଛନ୍ତି । ବଲିଉଡରେ ଅନେକ ବଡ ବଡ ସିନେମାରେ ସେ କାମ କରିଛନ୍ତି । ସେ ତାଙ୍କର କ୍ୟାରିଅର ୧୯୯୫ ରେ ଆରମ୍ଭ କରିଥିଲେ ।
ସେ କୋରିଓଗ୍ରାଫି କରିଥିବା ସିନେମା ମଧ୍ୟରେ ତହଜୀବ, ଷ୍ଟୁଡେଣ୍ଟ ଅଫ୍ ଦି ଇୟର, ୟେ ଯବାନୀ ହେ ଦିୱାନୀ, ଏବିସିଡି ୨, ବାଜିରାଓ ମସ୍ତାନୀ, ଓ କଳଙ୍କ ବକ୍ସ ଅଫିସ୍ ରେ ବେସ ହିଟ୍ ହୋଇଥିଲା । ଏହି ସବୁ ସିନେମା ପାଇଁ ବି ତାଙ୍କୁ ଅନେକ ପୁରସ୍କାର ମିଳିଛି ।
କୋରିଓଗ୍ରାଫି ସହ ରେମୋ ନିର୍ଦ୍ଦେଶକ ଭାବେ ବି କାମ କରିଛନ୍ତି । ସେ ଫ୍ଲାଇଙ୍ଗ୍ ଜେଟ୍,ରେସ୍ ୩ , ଫାଲତୁ, ଏବିସିଡି, ଏବିସିଡି-୨ ଓ ଷ୍ଟ୍ରିଟ୍ ଡ୍ୟାନସର ଭଳି ସିନେମାରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।
ବଲିଉଡ ବ୍ୟତିତ ଟିଭି ଦୁନିଆରେ ବି ରେମୋ ବେସ୍ ପରିଚିତ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଭଳି ପ୍ରତିଯୋଗିତା ମୂଳକ ସୋ ରେ ଜଜ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ବ୍ୟତିତ ଝଲକ୍ ଦିଖି ଲାଜା, ନଚ ବଲିଏ, ଓ ଡ୍ୟାନ୍ସ ପ୍ଲସ ଭଳି କାର୍ଯ୍ୟକ୍ରମରେ ବି ଜଜ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।