ରାଜ୍ୟରେ ରେମଡେସିଭିର ଅଭାବ । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସୂଚନା ଆବଶ୍ୟକତା ଅନୁସାରେ ଆସିପାରୁନି ରେମଡେସିଭିର ଭାଏଲ ।

115

କନକ ବ୍ୟୁରୋ: ରାଜ୍ୟରେ ରେମଡେସିଭର ଅଭାବ । ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସ । କହିଛନ୍ତି, କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଅବଶ୍ୟକତା ରହୁଛି । ଏପ୍ରିଲ ୨୧ରୁ ୩୦ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି । ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିଲା । ହେଲେ ଗତକାଲି ମାତ୍ର ୯୨ ଭାଏଲ ମିଳିଛି । ଆମେ କେବଳ ଘରୋଇ ହସ୍ପଟାଲକୁ ଦେଉଛୁ । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ । ହେଲେ, ଘରୋଇ ମେଡିସିନ ଦୋକାନ ଏହା ରଖି ପାରିବେ ନାହିଁ । ତେବେ ରାଜ୍ୟରେ ଫାବିପ୍ଲୁର ଅଭାବ ନାହିଁ । ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ୍ ଦୋକାନରେ ମିଳିପାରିବ । ରାଜ୍ୟରେ ଫାବିପ୍ଲୁ ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି ।