କନକ ବ୍ୟୁରୋ : ଛାଡପତ୍ର ମାମଲା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ । ଛାଡପତ୍ର ନିର୍ଣ୍ଣୟ ବିରୋଧରେ ହୋଇଥିବା ଅପିଲ ସମୟରେ ଯଦି କୌଣସି ହିନ୍ଦୁ ପୁରୁଷ କିମ୍ବା ମହିଳା ପୁଣି ବିବାହ କରନ୍ତି ତେବେ ତାହା ବେଆଇନ ହେବ କିନ୍ତୁ ଅଦାଲତଙ୍କ ଅବମାନନା ବୋଲି କୁହାଯିବ ନାହିଁ । ଏପରି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ ।

Advertisment

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ 

ଛାଡପତ୍ର ମାମଲା ବିଚାରଧୀନ ସମୟରେ ଦ୍ୱିତୀୟ ବିବାହ ଅମାନ୍ୟ ନୁହେଁ

ବିଚାରପତି ଅନିଲ କିଲୋର ଗତ ସପ୍ତାହରେ କହିଥିଲେ ଯେ ବିବାହ ଅଧିନିୟମ, ୧୯୫୫ ଧାରା ୧୫ରେ ଛାଡପତ୍ର ଶୁଣାଣି ପରେ ତାଙ୍କ ବିରୋଧରେ ଦାଏର ହୋଇଥିବା ଅପିଲ ଯଦି ଖାରଜ ହେବା ସ୍ଥିତିରେ ଥିବ ତେବେ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦିଆଯିବ । କାରଣ ଅଧିନିୟମରେ ପ୍ରାବଧାନ ଉଲଙ୍ଘନ ପାଇଁ କୌଣସି ପରିଣାମ ଦିଆଯାଇନାହିଁ ସେଥିପାଇଁ ଏହିଭଳି ବିବାହକୁ ଅମାନ୍ୟ ମଧ୍ୟ କରାଯାଇ ପାରିବନାହିଁ ।

ମହିଳାଙ୍କ ତର୍କକୁ ଖାରଜ କଲେ କୋର୍ଟ

୩୫ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ଦାଏର କରାଯାଇଥିବା ଆବେଦନକୁ ଖାରଜ କରି ବିଚାରପତି ଅନିଲ କିଲୋର କହିଛନ୍ତି ଯେ, “ଏହା ସ୍ପଷ୍ଟ ଯେ ଧାରା ୧୫ରେ ଉଲଙ୍ଘନରେ ହୋଇଥିବା ବିବାହର କୌଣସି ପରିଣାମ ଦିଆଯାଇନାହିଁ । ଏହିଭଳି ବିବାହକୁ ଅମାନ୍ୟ କୁହାଯିବ ନାହିଁ । ବିଚାରପତି ମହିଳାଙ୍କ ତର୍କକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ମହିଳା ଆବେଦନ କରିଥିଲେ ଯେ ତାଙ୍କର ୪୦ ବର୍ଷ ବୟସ୍କ ସ୍ୱାମୀ ପାରିତ ଛାଡପତ୍ରକୁ ଚ୍ୟାଲେଞ୍ଜ କରି ଦ୍ୱିତୀୟ ବିବାହ କରିଥିବାରୁ କୋର୍ଟଙ୍କ ଅବମାନନା ମାମଲାରେ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ।

ଏହି ଦମ୍ପତ୍ତି ୨୦୦୩ ମସିହାରେ ବିବାହ କରିଥିଲେ କିନ୍ତୁ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡି ଦେଇଥିଲେ । ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ସଂଯୁକ୍ତ ସିଭିଲ ଜଜ ସିନିୟର ଡିଭିଜନ ୨୦୦୯ ମସିହାରେ ତାଙ୍କ ଆବେଦନ ଖାରଜ କରିଦେଇଥିଲେ । ଜିଲ୍ଲା ନ୍ୟାୟାଧୀଶ ୨୦୧୫, ନଭେମ୍ବର ୨୫ ତାରିଖରେ ଅନୁମତି ଦେଇ ତାଙ୍କ ବିବାହକୁ ଖାରଜ କରିଥିଲେ । ଏହାପରେ ମହିଳା ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟରେ ମାମଲା ଥିବ ସମୟରେ ତାଙ୍କ ସ୍ୱାମୀ ୨୦୧୬ ମସିହା ମାର୍ଚ୍ଚ ୨୦ ତାରିଖରେ ଦ୍ୱିତୀୟ ବିବାହ କରିଥିଲେ ।