କନକ ବ୍ୟୁରୋ: ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ୱଲପୁରରେ ଲାଗିଲା କଟକଣା । ଚଳିତବର୍ଷ ସହରରେ ମହରମରେ ହେବନାହିଁ ଶୋଭାଯାତ୍ରା । ନିଜ ନିଜ ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ । ଉତରାଂଚଳ ଆଇଜିଙ୍କ ମହରମ କମିଟି, ହିନ୍ଦୁ ପକ୍ଷ , ମୁସଲିମ ପକ୍ଷଙ୍କୁ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । କଟକଣା ବର୍ଷେ ଯାଏଁ ଲାଗିଥିବାରୁ ଏହି ଅବଧି ସରିନାହିଁ । ଫଳରେ ନିଜ ନିଜ ପଡାରେ ମହରମ ପାଳିବା ନେଇ ସୂଚନା ଦେଇଛନ୍ତି ଉତରାଂଚଳ ଆଇଜି ହିମାଂଶୁଲାଲ । ଗତକାଲି କଟଣା ହଟିଥିବା ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା । ତେବେ ଆଜି ପୁଣି ପୁର୍ନବିଚାର କରାଯାଇ କଟକଣା ପୁଣି ବଳବତର ରହିଛି ।