ଆଜିଠୁ ମନ୍ଦିରରେ ଠାକୁର ଦର୍ଶନ କଲେ ଭକ୍ତ । ୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ । କୋଭିଡ କଟକଣା କଡାକଡି ପାଳନ

156

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଠାନ । ମହାରାଷ୍ଟ୍ର ସରକାର ଅନୁମତି ଦେବା ପରେ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠର ଦ୍ୱାର ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲିଛି । ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ପହଁଚି ସେମାନଙ୍କ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ କୁହାଯାଇଛି ।

କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ନିୟମ ରହିବ । ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟ କରାଯାଇଛି । ମହାରାଷ୍ଟ୍ରରେ ଗତ କିଛି ମାସ ହେଲା ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା ।

ଏପରି କି ମନ୍ଦିର ଖୋଲିବା ପାଇଁ ପୂଜାରୀ, ପଣ୍ଡିତ ଆନ୍ଦୋଳନ ମଧ୍ୟ କରିଥିଲେ । ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଓ ମୁମ୍ବା ଦେବୀ ଓ ଶିରିଡି ସାଇ ମନ୍ଦିରରେ ଶ୍ରଦ୍ଧାଳୁ ପହଂଚି ପୂଜାର୍ଚ୍ଚନା କରିଛନ୍ତି ।