ବିବାଦ ଘେରରେ ଆତ୍ମଘୋଷିତ ଭଗବାନ! ଜେଲ ଭିତରେ ବାବାଙ୍କ ଭିଡ଼

89

radheଡେରା ସଚ୍ଚା ସୈାଦା ମୁଖ୍ୟ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ବାବାଙ୍କୁ ନେଇ ନିଆଁ ଜଳିଛି । ଦିନ ଥିଲା ଲୋକେ ନିଜର ଦୈନିକ ଜୀବନର କର୍ମକ୍ଲାନ୍ତ ଜୀବନକୁ ଟିକେ ଶାନ୍ତମୟ କରିବା ପାଇଁ ଗୁରୁ ଶରଣ ଲୋଡୁଥିଲେ । ଗୁରୁଙ୍କ ଉପଦେଶ ଓ ସତସଙ୍ଗ ବାଣୀରେ ହୃଦୟକୁ ନିର୍ମଳ କରୁଥିଲେ । ହେଲେ ଏବେ ବଦଳିଯାଇଛି ସମୟ । ଏହି ଗୁରୁ ରୂପି ଆତ୍ମଘୋଷିତ ଭଗବାନମାନେ ଏବେ ବିବାଦ ଘେରରେ । ଯୌନ କେଳେଙ୍କାରୀ ସହ ଅନ୍ୟ ସବୁ ମାମଲାରେ ଏମାନେ ଜେଲର ଚାରିକାନ୍ଥରେ । ବିଶ୍ୱାସ ଓ ଅବିଶ୍ୱାସର ଘେରରେ ଲୋକେ ଉତ୍ତ୍ୟକ୍ତ ।

ରାଧେ ମା’ ହୁଅନ୍ତୁ ବା ବାବା ରାମ ରହିମ । ଏମାନଙ୍କର ଲକ୍ଷ ଲକ୍ଷ ଭକ୍ତ । ଏହି ଧର୍ମ ଗୁରୁମାନଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ କୈାଣସି ବ୍ୟକ୍ତି ପାଇଁ ଅସୁବିଧା ହୋଇପାରେ । ଏହି କଥିତ ଧର୍ମ ଗୁରୁମାନଙ୍କ ଉପରେ ଲାଗିଥିବା ଆରୋପ ବି ଖୁବ୍ ବଡ । କାହା ପାଇଁ ହତ୍ୟା ତ ଆଉ କାହା ପାଇଁ ଦୁଷ୍କର୍ମର ଆରୋପ ଲାଗିଛି । କେଉଁ ବାବା ମାନେ ସେମାନଙ୍କର ଅଦ୍ଭୁତକାଣ୍ଡକୁ ନେଇ ବିବାଦିତ ହୋଇଛନ୍ତି , ଆସନ୍ତୁ ଜଚ୍ଚିବା ସେମାନଙ୍କୁ ଆଉଥରେ ।

୧ -ସନ୍ଥ ଗୁରମୀତ ରାମ ରହିମ୍ ସିଂହ – ‘ଡେରା ସଚ୍ଚା ସୈାଦା’ ର ସଂସ୍ଥାପକ ସନ୍ଥ ଗୁରମୀତ ରାମ ରହିମଙ୍କର କାରନାମ ଉପରେ ଯଦି ନଜର ଦେବା ଅନେକ କୁକର୍ମରେ ଲିପ୍ତ ଥିବା ସହ ଦୁଷ୍କର୍ମ ମାମଲାରେ ମଧ୍ୟ ଲିପ୍ତ ଥିବାର ଆରୋପ ଲାଗିଛି । ହରିୟାଣାର ଡେରା ସଚ୍ଚା ମୁଖ୍ୟ ବାବା ରାମ ରହିମଙ୍କ ବିରୋଧରେ ଆଶ୍ରମର ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମର ଆରୋପ ଲାଗିଥିଲା । ଏହି ଏହି ମାମଲାରେ ତାଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି ।

dhirendra୨ -ଧୀରେନ୍ଦ୍ର ବ୍ରହ୍ମଚାରୀ : ଆଉ ଜଣେ ବିବାଦିତ ଧର୍ମଗୁରୁ ହେଲେ ଧୀରେନ୍ଦ୍ର ବ୍ରହ୍ମଚାରୀ । ଏ ଏମିତି ଜଣେ ଧର୍ମଗରୁ ଯିଏ ପ୍ରାଇଭେଟ ଜେଟରେ ଯାତାୟତ କରୁଥିଲେ । ୭୦-୮୦ ଦଶକରେ ଧୀରେନ୍ଦ୍ର ବ୍ରହ୍ମଚାରୀ କେବଳ ଜଣେ ପ୍ରସିଦ୍ଧ ଯୋଗଗୁରୁ ନଥିଲେ , ଜଣେ ହତିଆରର ବଡ ବ୍ୟବସାୟୀ ମଧ୍ୟ ଥିଲେ । ସେହି ସମୟରେ ରାଜନୈତିକ ମଇଦାନରେ ତାଙ୍କର ଖୁବ୍ ଦଖଲ ଥିଲା । ତାଙ୍କର ଐଶ୍ୱର୍ଯ୍ୟ ଭରା ଜୀବନଚଳନୀ କୈାଣସି ସେଲିବ୍ରିଟି ଠାରୁ ମଧ୍ୟ କମ୍ ନଥିଲା । ୯୦ଦଶକରେ ଧୀରେନ୍ଦ୍ର ବ୍ରହ୍ମଚାରୀଙ୍କ ଉପରେ ବନ୍ଧୁକ ଫାକ୍ଟ୍ରିରେ ଅବୈଧ ହତିଆର ରଖିଥିବା ଆରୋପ ଲାଗିଥିଲା । ଏହାପରେ ଖୁବ୍ ବିବାଦିତ ହୋଇଥିଲେ ଧୀରେନ୍ଦ୍ର ବ୍ରହ୍ମଚାରୀ ।

maaa୩-ରାଧେ ମା’ – ବିବାଦିତ ତାଲିକାରେ ଆଉ ଜଣେ ହେଲେ ରାଧେ ମା । ତାଙ୍କର ପ୍ରକୃତ ନାଁ ସୁଖବିନ୍ଦର । ଏମିତି ଏକ ସମୟ ଥିଲା ସ୍ୱାମୀଙ୍କୁ ଆର୍ଥିକ ସହ ଯୋଗ କରିବା ପାଇଁ ସିଲେଇ କାମ କରୁଥିଲେ ସୁଖବିନ୍ଦର । ତାଙ୍କର ସ୍ୱାମୀ ଯେତେବେଳେ ଟଙ୍କା କମାଇବା ପାଇଁ ଗଳ୍ଫ ଚାଲିଗଲେ , ସୁଖବିନ୍ଦର ସେତେବେଳେ ସ୍ଥାନୀୟ ପରମହଂସଙ୍କ ଆଶ୍ରମକୁ ଯିବାକୁ ଲାଗିଲେ ଏବଂ ଖୁବ୍ ଶୀଘ୍ର ମଧ୍ୟ ଆଶ୍ରମର ପ୍ରମୁଖଙ୍କ ସହ ସତସଙ୍ଗ ଯିବାକୁ ଲାଗିଲେ । ଧିରେ ଧିରେ ସେ ନିଜେ ସତସଙ୍ଗର ଆୟୋଜନ କରିବାକୁ ଲାଗିଲେ । ମୁମ୍ବାଇରେ ରାଧେ ମା’ ଙ୍କ ଖୁବ୍ ଲୋକପ୍ରିୟତା ଥିବାର ଜଣାଯାଏ । ଦେଶର ଅନେକ ଜଣାଶୁଣା ସେଲିବ୍ରିଟି ମଧ୍ୟ ଏହି ରାଧେ ମା ଙ୍କ ଭକ୍ତ ।

ସୋସିଆଲ ମିଡିଆରେ ରାଧେ ମା’ଙ୍କର ମିନି ସ୍କର୍ଟ ପିନ୍ଧିବାର ଫଟୋ ଭାଇରାଲ ହୋଇସାରିଛି । ଭକ୍ତଙ୍କୁ ଆଲିଙ୍ଗନ କରିବା । ସେମାନଙ୍କ ସହ ନୃତ୍ୟ କରିବା । ଏସବୁ ରାଧେ ମା’ଙ୍କର ଏକ ଅଭ୍ୟାସ । ଏହି କାରଣରୁ ତାଙ୍କ ଉପରେ ଅଶ୍ଳୀଳତା ପ୍ରସାର କରୁଥିବାର ଆରୋପ ଲାଗିସାରିଛି । ୨୦୦୩-୦୪ରେ ପଘୱାରାର ଜଣେ ହିନ୍ଦୁ ସଂଗଠନ ରାଧେ ମା ନିଜକୁ ଦୁର୍ଗା ଙ୍କ ଅବତାର ବୋଲି କହୁଥିବାର ଆରୋପ ଲଗାଇଥିଲେ ।

bapu୪ -ଆସାରାମ ବାପୁ – ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ଦୋଷୀ ସାବ୍ୟସ୍ତ । ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୩ର ହୋଇଥିବା ନାବାଳିକା ବଳାତ୍କାର ମାମଲାରେ ବିଚାର କରି ଯୋଧପୁର ସେଂଟ୍ରାଲ ଜେଲ ପରିସରରେ ବସିଥିବା ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଓ ଏସସିଏସଟି ଆଟ୍ରୋସିଟିଜ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଶାରାମଙ୍କ ସହଯୋଗୀ ଶରତଚନ୍ଦ୍ର ଓ ଶିଳ୍ପୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ ଅନ୍ୟ ୨ଅଭିଯୁକ୍ତ ରୋଷେୟା ପ୍ରକାଶ ଓ ଆଶ୍ରମ କର୍ମଚାରୀ ଶିବାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ramapala୫ -ସନ୍ଥ ରାମପାଳ – ୬୩ ବର୍ଷର ସନ୍ଥ ରାମପାଳ ଦିନେ ଥିଲେ ଜଣେ ଜୁନିୟର ଇଂଜିନୟର । ତା’ପରେ ସେ ସନ୍ଥ ରାମଦେବାନନ୍ଦଙ୍କ ସଂପର୍କରେ ଆସିଲେ । ଧିରେ ଧିରେ ସେ ହରିୟାଣାରେ ଅନେକ ଆଶ୍ରମ ଖୋଲିଲେ । ସେ ମଧ୍ୟ ବିବାଦରେ ଫସିଲେ । ୨୦୦୬ରେ ଆର୍ଯ୍ୟ ସମାଜର ଲୋକଙ୍କ ସହ ବାବାଙ୍କ ବିବାଦର ସୂତ୍ରପାତ ହେଲା । ଏହି ଘଟଣାରେ ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଥିିଲା । ଏହି ଘଟଣା ପରେ ରାମପାଳଙ୍କ ବିରୋଧରେ ହତ୍ୟାର ଚକ୍ରାନ୍ତ କରିବା ଓ କୋର୍ଟ ଅବମାନନା କରିବା ନେଇ ଅନେକ କେସ୍ ଚାଲିଲା । କିନ୍ତୁ ସେ କୋର୍ଟରେ ଉପସ୍ଥିତ ହେଲେ ନାହିଁ । ରାମପାଳଙ୍କ ଉପରେ ନିଜର ଆଶ୍ରମର ମହିଳା ଓ ପିଲାଙ୍କୁ ବନ୍ଧକ ରଖିବା ଓ ଖରାପ କାମରେ ଲଗାଇବା ର ଆରୋପ ଲାଗିଥିଲା । ୨୦୧୪ରେ ରାମପାଳ ଙ୍କୁ ଗିରଫ କରିବାକୁ ପୁଲିସକୁ ୧୦ ଦିନ ଲାଗିଥିଲା ।

nityananda୬ -ନିତ୍ୟାନନ୍ଦ – ସେକ୍ସ ଟେପ୍ ସ୍କାଣ୍ଡାଲରେ ବିବାଦରେ ଆସିଥିଲେ ସ୍ୱାମୀ ନିତ୍ୟାନନ୍ଦ । ସେ ବେଙ୍ଗାଲୁରୁ-ମୈସୁର ହାଇୱେରେ ନିତ୍ୟାନନ୍ଦଙ୍କ ଧ୍ୟନାଦୀପମ ଆଶ୍ରମ ଅଛି । ଏହି ସ୍କାଣ୍ଡାଲରେ ସେ ଦକ୍ଷିଣ ଭାରତୀୟ ଅଭିନେତା ଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିବା ପରେ ସମର୍ଥକମାନେ ହଙ୍ଗାମା କରିଥିଲେ ।

nirmal୭-ନିର୍ମଳ ବାବା – ୧୯୮୧ରେ ନିର୍ମଳଜୀତ ସିଂହ ନରୁଳା ଏକ ପ୍ରାଇଭେଟ ବ୍ୟବସାୟ ଚଳେଇବା ଆରମ୍ଭ କଲେ । ଗୋଟିଏ ପରେ ଗୋଟିଏ ଅନେକ ବ୍ୟବସାୟ ବଦଳେଇବା ପରେ ଯେତେବେଳେ ସେ ସଫଳ ହେଲେନାହିଁ ବ୍ୟବସାୟରେ , ତାପରେ ନିଜକୁ ସନ୍ଥ ଘୋଷିତ କରି ନିର୍ମଳ ବାବା ନାମ ଦେଲେ । ଆରମ୍ଭ କଲେ ନିର୍ମଳ ଦରବାର । ଏହାପରେ ପୁଲସରେ ତାଙ୍କ ନାଁରେ ଅବୈଧ ଉପାୟରେ ଅର୍ଥ ଠଳିବା ମାମଲାରେ ଲାଗିଲା । ନିଜର ଦିବ୍ୟ ଦୃଷ୍ଟିରେ ସେ ନିର୍ମଳ ଦରବାରରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ ।