ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବଢୁଛି ସହାୟତାର ହାତ । ଓଡିଶା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୧୫ କୋଟି ଟଙ୍କା ଦେବାକୁ ଘୋଷଣା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

679

କନକ ବ୍ୟୁରୋ : ବାତ୍ୟା ଫୋନିର ତାଣ୍ଡବ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଉପକୂଳ ଓଡିଶା । ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ସହାୟତାର ହାତ ମଧ୍ୟ ବଢୁଛି । କିନ୍ତୁ ସାମୁଦ୍ରିକ ଝଡ ଫୋନି ଯେଉଁ ଚିହ୍ନ ଛାଡିଦେଇ ଯାଇଛି, ତାହା କେବେ ଯେ, ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏହାରି ଭିତରେ ପ୍ରଥମେ ଉତ୍ତରପ୍ରଦେଶ, ତାମିଲନାଡୁ, ଗୁଜୁ  ରାଟ ଏବଂ ଛତିଶଗଡ ପରେ ଏବେ ଓଡିଶାକୁ ସହାୟତାର ହାସ ବଢାଇଛି ଆନ୍ଧ୍ରପ୍ରଦେଶ ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓଡିଶା ସରକାରଙ୍କ ରିଲିଫ ପାଣ୍ଠିକୁ ୧୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ୧୫ କୋଟି ଟଙ୍କା ବାଦ, ଓଡିଶାକୁ ୯୨ଟି ପାଣି ଟ୍ୟାଙ୍କର, ବିଦ୍ୟୁତ ସରବରାହ ପାଇଁ ୧,୦୨୦ ଶ୍ରମିକ, ୧.୮୫ ଲକ୍ଷ ପାଣି ପ୍ୟାକେଟ୍, ୧.୫ ଲକ୍ଷ କ୍ଲୋରିନ୍ ବଟିକା ଏବଂ ୧୦୦୦ ଲିଟର ବିଷିଷ୍ଟ ୬୦୦ଟି ପାଣି ଟ୍ୟାଙ୍କ ମଧ୍ୟ ଓଡିଶାକୁ ଯୋଗାଇଦିଆଯିବ ।