କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ତଟରକ୍ଷୀ ବାହିନୀ । ଓଡିଶା ସମେତ କୋଲକାତାରେ ବାତ୍ୟା ପୀଡିତଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ତଟରକ୍ଷୀ ବାହିନୀର ଯବାନ । ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସ୍ଥାନରେ ଏହି ଯବାନମାନେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଆସନ୍ତୁ ଫଟୋରେ ଫଟୋରେ ଦେଖିବା ଏହି ବୀର ଯବାନମାନଙ୍କ ଉଦାରତାର ଚିତ୍ର ।
ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ତଟରକ୍ଷୀର ଯବାନ ।
ଭାଙ୍ଗିଯାଇଥିବା ଘରକୁ ସଜାଡିବାକୁ ପ୍ରୟାସ ।
ବାତ୍ୟା ପୀଡିତଙ୍କ ସହ ତଟରକ୍ଷୀ ବାହିନୀ ଯବାନଙ୍କ ଆଲୋଚନା ।
ବାତ୍ୟାରେ ଉପକୂଳ ଓଡିଶା ଛାରଖାର ହୋଇଯାଇଥିବା ବେଳେ ଭାରତୀୟ ତଟରକ୍ଷୀର ଏଭଳି ସାହାଯ୍ୟ ପାଇଁ ସମସ୍ତେ ପ୍ରଂଶସା କରିଛନ୍ତି । ବାତ୍ୟା ଫୋନି ଚାଲିଯାଇଛି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ ।
Follow Us
/kanak/media/post_attachments/wp-content/uploads/2019/05/D57w3MZUcAAcZk1-300x143.jpg)
/kanak/media/post_attachments/wp-content/uploads/2019/05/D57w05WUYAAXcHy-300x142.jpg)
/kanak/media/post_attachments/wp-content/uploads/2019/05/D57rnu-U8AEqBLA-1-300x170.jpg)
/kanak/media/post_attachments/wp-content/uploads/2019/05/D53pjAkU0AEodVJ-300x211.jpg)
/kanak/media/post_attachments/wp-content/uploads/2019/05/D53pe-5UYAEzT5J-300x283.jpg)