୫ ମାସ ପରେ ଆଶ୍ୱସ୍ତି : ସଂକ୍ରମିତଙ୍କ ସଂଖ୍ୟା ୭କୁ ଖସିଲା; କନ୍ଧମାଳବାସୀଙ୍କୁ ଆଗାମୀ ୩ ମାସ ସତର୍କ ଘଣ୍ଟି

165

କନକ ବ୍ୟୁରୋ : କନ୍ଧମାଳରେ କରୋନା ଗ୍ରାଫ୍ କେତେବେଳେ ଉପର ତ କେତେବେଳେ ତଳ ହୋଇ ଗତି କରୁଛି । ଅଧିକ ସମୟ ଏହା ଉପ‌ରେ ରହିଥିବା ବେଳେ କମ୍ ସମୟ ଏହା ତଳ ମୁହାଁ ହୋଇଛି । ତେବେ, ଦୀର୍ଘ ୫ ମାସ ପରେ କରୋନା ଦେଇଛି ବଡ଼ ଆଶ୍ୱସ୍ତି ।  କନ୍ଧମାଳରେ କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୩ ମାସ ପରେ ଫୁଲବାଣୀ ସହରବାସୀଙ୍କୁ ମଧ୍ୟ ଏକରକମ ଆଶ୍ୱସ୍ତି ମିଳିଛି । କାହିଁକିନା, ଫୁଲବାଣୀ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି ।

କରୋନା ଗ୍ରାଫ୍‌ ବହୁ ତଳକୁ ଆସିବା ମନକୁ ଆଶ୍ୱାସନା ଦେଇଛି ସତ, ହେଲେ ଆଗାମୀ ୩ ମାସ ପାଇଁ ଜିଲ୍ଲାବାସୀ ସତର୍କ ରହିବା ଜରୁରୀ ହୋଇ ପଡ଼ିଛି । ନଭେମ୍ବର, ଡିସେମ୍ବର ଓ ଜାନୁଆରିରେ କନ୍ଧମାଳରେ ପ୍ରବଳ ଶୀତ ଲହରୀ ଚାଲିବ । ଶୀତ ଋତୁରେ କରୋନା ଭୟଙ୍କର ରୂପ ଧାରଣ କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇ ଦେଲେଣି । ଏଣୁ, କନ୍ଧମାଳବାସୀଙ୍କ ପାଇଁ ଆଗାମୀ ୩ ମାସ ସତର୍କ ନରହିଲେ ବଡ଼ ବିପତ୍ତି ଭାବେ ଠିଆ ହୋଇପାରେ । ସେତେବେଳେ ଏହାର ମୁକାବିଲା କରିବା ଏକ ଚ୍ୟାଲେଞ୍ଜ୍‌ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।