ସାରା ଦେଶରେ ହେବ ଇଲେକ୍ଟ୍ରିକ୍ ଭେଇକିଲ ଚାର୍ଜିଙ୍ଗ ଷ୍ଟେସନ । ଦେଶକୁ କାର୍ବନ ଫ୍ରି କରିବା ଲକ୍ଷ୍ୟରେ ରିଲାଏନ୍ସ

268

କନକ ନ୍ୟୁଜ: ଭାରତକୁ କାର୍ବନ ଫ୍ରି ଦେଶ କରିବାକୁ ରିଲାଏନ୍ସର ବଡ ପଦକ୍ଷେପ । ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ୍ ଚାର୍ଜିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରିବ ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟିଜ୍ । ଏଥିପାଇଁ ଏକ ବଡ ଇଲେକ୍ଟ୍ରିକ୍ ଗାଡି କମ୍ପାନୀ ସହ ଅନୁବନ୍ଧିତ ହୋଇଛି ରିଲାଏନ୍ସ କମ୍ପାନୀ । ରିଲାଏନ୍ସର ଫୁଏଲ୍ ମୋବିଲିଟି କମ୍ପାନୀ ଜିଓ-ବିପି , ଇଲେକ୍ଟ୍ରିକ୍ କାର କମ୍ପାନୀ ବ୍ରିଟେନର ବ୍ଲୁ ସ୍ମାର୍ଟ କମ୍ପାନୀ ସହ ଚୁକ୍ତି କରିଛି ।ଗାଡି ଚାଲିବ ହେଲେ ପରିବେଶ ଉପରେ ପଡିବନି ପ୍ରଭାବ । ଏହାକୁ ସତ କରିବାକୁ ଆଗେଇ ଆସିଛି ରେଲାଏନ୍ସ କମ୍ପାନୀ । ଆଜିକାର କାର୍ଯ୍ୟବ୍ୟସ୍ତ ଜୀବନରେ ଯାନବାହାନକୁ ବାଦ ଦେଇ କିଛି ଚିନ୍ତା କରିହୁଏନି । ହେଲେ ଯଦି ଗାଡିରୁ ବିଷାକ୍ତ କାର୍ବନ ଗ୍ୟାସ ନ ବାହାରେ ତେବେ ତାହା ସ୍ୱାଗତଯୋଗ୍ୟ ନିଶ୍ଚୟ । ଦେଶକୁ ବିଷାକ୍ତ ଆଙ୍ଗାରକାମ୍ଳ ମୁକ୍ତ କରିବାକୁ ରେଲାଏନ୍ସ ଗ୍ରୁପ ଅଫ୍ କମ୍ପାନୀ ନେଇଛି ଏକ ବଡ ପଦକ୍ଷେପ । ଏଥିପାଇଁ ବ୍ରିଟେନର ପେଟ୍ରୋଲିୟମ କମ୍ପାନୀ ସହ ରେଲାଏନ୍ସ ଜିଓ- ବିପି ଚୁକ୍ତି କରିଛି ।
ସାରା ଦେଶରେ ରେଲାଏନ୍ସ ବହୁସଂଖ୍ୟାରେ ଇଲେକ୍ଟ୍ରିକ୍ ଭେଇକିଲ ଚାର୍ଜିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା ହେବ । ଏହି ଚାର୍ଜିଙ୍ଗ ଷ୍ଟେସନ୍ ପ୍ରଥମେ ବ୍ଲୁ- ସ୍ମାର୍ଟ ପରିଚାଳନା କରୁଥିବା ସ୍ଥାନରେ ଆରମ୍ଭ ହେବ । ‘ବ୍ଲୁ- ସ୍ମାଟ’ର୍ ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ୍ କାର ଅପରେଟ୍ କରୁଥିବା କମ୍ପାନୀ । ଜିଓ ବିପି ଇଲେକ୍ଟ୍ରିକ ଭେଇକିଲ ଚାର୍ଜିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରିବାରେ ବ୍ଲୁ ସ୍ମାର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଷ୍ଟେସନର ପ୍ଲାନିଙ୍ଗ ଠାରୁ ଆରମ୍ଭ କରି ଏହାକୁ ବିକଶିତ କରିବା ଓ କାର୍ଯ୍ୟକାରିତା ପର୍ଯ୍ୟନ୍ତ ସବୁ କିଛିରେ ବ୍ଲୁ- ସ୍ମାର୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୩୦ ସୁଦ୍ଧା ଦେଶକୁ ବିଷାକ୍ତ ବଳୟରୁ ମୁକ୍ତ କରିବା ସହ ନିଜକୁ ଜିରୋ କାର୍ବନ୍ କମ୍ପାନୀ ଭାବେ ଗଢିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ରିଲାଏନ୍ସ । ବ୍ଲୁ ମାର୍ଟ ସହ ରିଲାଏନ୍ସର ଏହି ଅନୁବନ୍ଧନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ସୂଚନା ମୁତାବକ, ବର୍ତ୍ତମାନ ସାରା ଦେଶରେ କମ୍ପାନୀର ୧୪୦୦ ପେଟ୍ରୋଲ ପମ୍ପ ରହିଛି । ୫ ବର୍ଷ ମଧ୍ୟରେ ଏହାକୁ ୫,୫୦୦କୁ ବୃଦ୍ଧି କରାଯିବ । ଇଲେକ୍ଟ୍ରିକ୍ ଚାର୍ଜିଙ୍ଗ ଷ୍ଟେସନ୍ ପାଇଁ ଏହି ନେଟୱର୍କ ସହ ଜିଓ ଡିଜିଟାଲ ପ୍ଲାଟଫର୍ମର ଲାଭ ମଧ୍ୟ ନିଆଯାଇପାରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।