ରିଲାଏନ୍ସ ଜିଓ ଫାଇଭର୍ ର ଧମାକା ! ଜାଣନ୍ତୁ କ’ଣ ରହିଛି ପ୍ଲାନ୍ ଏବଂ ଅଫର୍ , ମାଗଣାରେ କ’ଣ ମିଳୁଛି ଲାଭ । 

837

ଦୁନିଆର ସବୁଠାରୁ ବଡ ମୋବାଇଲ୍ ଡାଟା ନେଟୱାର୍କ କମ୍ପାନୀ ଜିଓ ଫାଇବର୍ ଲଞ୍ଚ୍ ର ଘୋଷଣା କରିଛନ୍ତି । ଏହି ସେବା ଦେଶର ୧୬୦୦ ସହରରେ ଲଞ୍ଚ୍ ହେବାର ଯୋଜନା ରହିଛି । ଜିଓ ଫାଇବର୍ ହେଉଛି ଏକ ବ୍ରଡବ୍ୟାଣ୍ଡ୍ ସେବା ଯାହା ୧୦୦ ଏମବିପିଏସ୍ ରୁ ଆରମ୍ଭ ହୋଇ ୧ ଜିବିପିଏସ୍ ପର୍ଯ୍ୟନ୍ତ ଯାଇଥାଏ । ଜିଓ ଦ୍ୱାରା କରାଯାଇଥିବା ଏହି ଘୋଷଣା ମୁତାବକ , ଜିଓ ଫାଇଭର୍ ସହ ୪ କେ ସେଟ୍ ଅପ୍ ବକ୍ସ ମଧ୍ୟ ଦିଆଯିବ । ଯେଉଁଥିରେ ଆପଣଙ୍କୁ ଭିଡିଓ କନଫ୍ରେନ୍ସ , ଭିଡିଓ କଲିଙ୍ଗ୍ ,ଆପ୍ ଆକ୍ସେସ୍ ,ଅନଲାଇନ୍ ଗେମିଙ୍ଗ୍ ଆଦି ଫିଚର୍ ମିଳିବ ।

ଜିଓ ଫାଇବର୍ ସହ ଜଡିତ ଥିବା ସେବା : 

୧ . ଅଲ୍ଟା – ହାଇ-ସ୍ପୀଡ୍ ବ୍ରଡବ୍ୟାଣ୍ଡ୍ (୧ ଜିବିପିଏସ୍ ପର୍ଯ୍ୟନ୍ତ)

୨ . ମାଗଣା ଘରୋଇ ଭଏସ୍ କଲିଙ୍ଗ୍ , କନଫ୍ରେନ୍ସିଂ ଏବଂ ଇଣ୍ଟରନ୍ୟାସନାଲ୍ କଲିଙ୍ଗ୍

୩ . ଟି,ଭି. ଭିଡିଓ କଲିଙ୍ଗ୍ ଏବଂ କନଫ୍ରେନ୍ସିଂ

୪ . ଏଣ୍ଟରଟେନମେଣ୍ଟ୍ ଓଟିଟି ଆପ୍ସ୍

୫ . ଗେମିଙ୍ଗ୍

୬ . ହୋମ୍ ନେଟସ୍ୱାର୍କିଂ

୭ . ଡିଭାଇସ୍ ସିକ୍ୟୁରିଟି

୮ . ଭର୍ଚୁଆଲ୍ ରିୟଲିଟିର ଅନୁଭବ

୯ . ପ୍ରିମିୟମ୍ କଣ୍ଟେଣ୍ଟ୍ ପ୍ଲାଟଫର୍ମ

କ’ଣ ରହିଛି ମାସିକ ପ୍ଲାନ୍ ? 

୧ . ଜିଓ ଫାଇବର୍ ପ୍ଲାନ୍ ୬୯୯ ରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ।

୨ . ସବୁଠାରୁ କମ୍ ପ୍ଲାନ୍ ଥିବା ଟେରିଫ୍ ରେ ୧୦୦ ଏମବିପିଏସ୍ ସ୍ପୀଡ୍ ମିଳୁଛି ।

୩ . ଏଥିରେ ଅଧିକତଃ ୧ ଜିବିପିଏସ୍ ର ସ୍ପୀଡ୍ ମିଳିବ ।

୪ . ଗ୍ଲୋବାଲ୍ ରେଟ୍ ହିସାବରେ ଜିଓ ଦାମ୍ ଖୁବ୍ କମ୍ ରହିଛି । ଯାହା ଏକମାତ୍ର କାରଣ ଯେଉଁଥିରେ ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇପାରିବେ । ଏଥିରେ ଜିଓ ଗ୍ରାହକଙ୍କୁ ସେଟ୍ ଅପ୍ ବକ୍ସ ମଧ୍ୟ ମିଳୁଛି । ଯେଉଁଥିରେ ଗେମ୍ , ଭିଡିଓ କଲିଙ୍ଗ୍ , ଭଏସ୍ କଲିଙ୍ଗ୍ , ହୋମ୍ ନେଟସ୍ୱର୍କିଂ ଏବଂ ଓଟିଟି ଆପ୍ ର ସବସ୍କ୍ରିପସନ୍ ଆଦି ମିଳୁଛି ।

ମାସିକ ଜିଓ ଫାଇବର୍ ଡାଟା ଶେଷ ହେବା ପରେ କ’ଣ କରିବେ ?

ଯଦି ମାସ ଶେଷ ହେବା ପୂର୍ବରୁ ଆପଣଙ୍କୁ ଜିଓ ଫାଇବର୍ ଡାଟା ପ୍ଲାନ୍ ଶେଷ ହୋଇଯାଉଛି ତେବେ ଆପଣ ଅତିରିକ୍ତ ୪୦ ଜିବି ଡାଟାର ବୁଷ୍ଟର ପ୍ଳାନ୍ ରିଚାର୍ଜ କରିପାରିବେ ।

କିଭଳି ପାଇବେ ଜିଓ ଫାଇଭର୍ ପ୍ଲାନ୍ : www.jio.com ରେ ଭିଜିଟ୍ କରି JioFiber ରେ ରେଜିଷ୍ଟର କରି ଏହାର ଲାଭ ଉଠାନ୍ତୁ ।