୫ଜି ନେଟୱର୍କ: ଦିଲ୍ଲୀରେ ୬ ଶହ ଏମବିପିଏସ ଛୁଇଁଲା ଜିଓର ୫ଜି ସେବା। ଜାଣନ୍ତୁ ଅନ୍ୟ ନେଟୱର୍କର ସ୍ଥିତି କଣ...

୫ଜି ନେଟୱର୍କ: ଦିଲ୍ଲୀରେ ୬ ଶହ ଏମବିପିଏସ ଛୁଇଁଲା ଜିଓର ୫ଜି ସେବା। ଜାଣନ୍ତୁ ଅନ୍ୟ ନେଟୱର୍କର ସ୍ଥିତି କଣ...

କନକ ବ୍ୟୁରୋ: ରିଲାଏନ୍ସ ଜିଓ ୫ଜି ସ୍ପିଡର ଟ୍ରାଏଲରେ ପାଖପାଖି ୬ଶହ ଏମବିପିଏସ ସ୍ପିଡରେ କାମ କରୁଥିବା ଦେଖିବାକୁ ମିଳିଥିଲା । ସେହିଭଳି ଦେଶରେ ୫ଜିର ରୋଲ ଆଉଟର ସ୍ପିଡ ୫ ଶହ ଏମବିପିଏସରେ ପହଞ୍ଚିଛି । ଉୁକଲାର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତୀ ଏୟାରଟେଲ ଦେଶର ୮ଟି ସହରରେ ଫାଇଭ ଜି ସେବାର ଶୁଭାରମ୍ଭ କରିଛି । ଜିଓର ୫ଜି ସେବା ଦିଲ୍ଲୀ, ମୁମ୍ବାଇ, କୋଲକାତା. ବାରଣାସୀରେ ଲୋକଙ୍କ ପାଖରେ ପହଞ୍ଚିସାରିଛି ।

ଉୁକଲାର ସ୍ପିଡ୍ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଜୁନରୁ ବର୍ତ୍ତମାନ ଯାଏର ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀ ଦିଲ୍ଲୀରେ ଏୟାରଟେଲର ହାରାହାରି ଡାଉନଲୋଡ୍ ୫ଜି ସ୍ପିଡ ହେଉଛି ୧୯୭.୯୮ ଏମବିପିଏସ । ସେହିଭଳି ଜିଓର ଡାଉନଲୋଡ ସ୍ପିଡ୍ ୫୯୮.୫୮ ଏମବିପିଏସ । ଏହା ଏୟାରଟେଲ ଠାରୁ ତିନି ଗୁଣା ଅଧିକ ସ୍ପିଡରେ କାମ କରୁଥିବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe