ମହଙ୍ଗା ହେବ ‘ଜିଓ’ । ଟ୍ୟାରିଫ୍ ବଢାଇବା ନେଇ କଲା ଘୋଷଣା, ଏଣିକି ଅଧିକ ମହଙ୍ଗା ହେବ ସବୁ ପ୍ଲାନ୍ ।

2,561

କନକ ବ୍ୟୁରୋ : ପୁଣି ଗ୍ରାହକଙ୍କୁ ଜିଓ ଝଟକା । ମହଙ୍ଗା ହେବ ଜିଓ । ରିଲାଏନ୍ସ ଜିଓ ପକ୍ଷରୁ ଟ୍ୟାରିଫ୍ ପ୍ଲାନରେ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ତେବେ ପୂର୍ବରୁ ନନ୍ ଜିଓ କଲିଙ୍ଗ୍ ଉପରେ ମାଗଣା ସେବା ହଟାଇବା ପରେ ଏଥିପାଇଁ ରିଚାର୍ଜରେ ମଧ୍ୟ ନୂଆ ପ୍ୟାକ୍ସର ଆରମ୍ଭ କରିଥିଲା ରିଲାଏନ୍ସ ଜିଓ । ଆଉ ଏବେ ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ଜିଓ ।

ତେବେ କେଉଁ ପ୍ଲାନରେ କେତେ ଟଙ୍କାର ବୃଦ୍ଧି କରାଯିବ, ସେନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ ଖୁବ ଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଅନ୍ୟପଟେ ଭୋଡାଫୋନ୍, ଆଇଡିଆ ଏବଂ ଏୟାରଟେଲ୍ ମଧ୍ୟ ଆସନ୍ତା ଡିସେମ୍ବର ୧ ତାରିଖରୁ ଟ୍ୟାରିଫ୍ ବଢାଇବା ନେଇ ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କାହିଁକି ସମସ୍ତ ଟେଲିକମ୍ କମ୍ପାନୀ ଟ୍ୟାରିଫ୍ ବୃଦ୍ଧି କରିଛନ୍ତି । ଏହା ପଛରେ ରହିଛି ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଏଜିଆର୍ ।