ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ପ୍ରାଇମ ମେମ୍ବରସିପ ୧ ବର୍ଷ ପାଇଁ ବୃଦ୍ଧି କରିବା ପରେ ଆଉ ଏକ ଉପହାର ଦେଇଛି । କମ୍ପାନୀ ବୁଧବାର ଦିନ ‘ଜିଓ କ୍ରିକେଟ ପ୍ଲେ ଲାଇଭ ମୋବାଇଲ ଗେମ ସହ’ ଆରମ୍ଭ କରିଛି । ଏଥିପାଇଁ ଜିଓ ବିଶେଷ ଭାବରେ ୨୫୧ ଟଙ୍କାର ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଅଧିନରେ ଗ୍ରାହକଙ୍କୁ ୧୦୨ ଜିବି ଡାଟା ମିଳିବ ଏବଂ ଏହାର ସମୟ ସୀମା ୫୧ ଦିନ ପର୍ଯ୍ୟନ୍ତ ରହିବ । ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଦେଖାଯାଇପାରିବ ।
ପ୍ରକୃତରେ, ‘ଜିଓ କ୍ରିକେଟ ପ୍ଲେ ଲାଇଭ ମୋବାଇଲ ଗେମ ସହ’ ଏକ ମୋବାଇଲ କ୍ରିକେଟ ଗେମ ଅଟେ । ଏହି ଗେମକୁ ଭାରତର ସମସ୍ତ ୟୁଜର୍ସ ଖେଳିପାରିବେ । ଏହାକୁ ୧୧ଟି ଭାରତୀୟ ଭାଷାରେ ଖେଳାଯାଇପାରିବ । ୭ଟି ସପ୍ତାହରେ ୬୦ଟି ମ୍ୟାଚ ହେବ ଓ ମ୍ୟାଚ ସମୟରେ ଜିଓ ରିୟଲ ଟାଇମ କଥାବାର୍ତ୍ତା ଜରିଆରେ ୟୁଜର୍ସଙ୍କ ଅନୁଭବକୁ ନୂଆ ରୂପରେ ପରିଭାଷିତ କରିବ । ଏହି ଗେମ ଅଧିନରେ ଗ୍ରାହକଙ୍କୁ କୋଟିଏ ଟଙ୍କା ଓ ପୁରସ୍କାର ଜିତିବାର ବି ସୁଯୋଗ ମିଳିବ । ଷ୍ଟାର ଇଣ୍ଡିଆ ଏବଂ ସୋନୀ ପିକଚର୍ସ ସହିତ ରିଲାଏନ୍ସ ଜିଓକୁ ମଧ୍ୟ ଆଇପିଏଲର ପ୍ରସାରଣ ପାଇଁ ସୁଯୋଗ ମିଳିଛି । ଆଇପିଏଲ ପ୍ରସାରଣ ଅଧିକାରୀଙ୍କ ପାଇଁ ୬୦୩୨.୫୦ କୋଟି ଟଙ୍କାରେ ଚୁକ୍ତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/jio.jpg)
/kanak/media/post_attachments/wp-content/uploads/2018/04/Jio_4_1508339660606-300x169.jpg)