ଲଞ୍ଚ୍ ହେଲା “ଜିଓମିଟ୍” ଆପ୍ : ଚୀନ୍ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ନୂଆ ଫ୍ରି ଭିଡ଼ିଓ କନଫରେନ୍ସିଂ ଆପ୍ , ଏକସଙ୍ଗେ ୧୦୦ ଜଣ ମାଗଣାରେ କରିପାରିବେ ଭିଡ଼ିଓ କନଫରେନ୍ସିଂ ।

548

ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍ କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ । ରିଲାଏନ୍ସ ଜିଓ କମ୍ପାନୀ ନିଜର ଫ୍ରି ଭିଡିଓ କନଫରେନ୍ସିଂ ଆପ୍ କୁ ଗତକାଲି ଲଞ୍ଚ୍ କରିଛି । ଯାହାକୁ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରରେ ଉପଲବ୍ଧ କରାଯାଇଛି । ଗତ କିଛିମାସ ପୂର୍ବରୁ ଏହି ଆପ୍ କିଛି ୟୁଜରଙ୍କୁ ବିଟାଫାର୍ମରେ ଉପଲବ୍ଧ କରାଉଥିଲା । ବର୍ତ୍ତମାନ ଏହି ଆପକୁ ସମସ୍ତେ ବ୍ୟବହାର କରିପାରିବେ । କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ , ଏହି ଜିଓମିଟ୍ ଭିଡ଼ିଓ କନଫରେନ୍ସିଂ ଆପ୍ କୁ ଏଚଡ଼ି କନଫରେନ୍ସିଂ ଆପର ସପୋର୍ଟ ଦିଆଯାଇଛି । ଜୁମ୍ ଭଳି ଏହି ଆପରେ ମଧ୍ୟ ୧୦୦ ଲୋକ ଭାଗ ନେଇ କଥାବାର୍ତ୍ତା ହୋଇପାରିବେ ।

ୟୁଜର୍ସ ଏଥିରେ ନିଜର ଇମେଲ୍-ଆଇଡ଼ି କିମ୍ବା ଫୋନ୍ ନମ୍ବର ସହ ସାଇନ୍ ଅପ୍ କରି ଆପର ବ୍ୟବହାର କରିପାରିବେ । ଏହା ସମ୍ପୁର୍ଣ୍ଣ ମାଗଣାରେ ଉପଲବ୍ଧ ହେଉଥିବା ଆପ୍ ଏବଂ ଏଥିରେ ୟୁଜର୍ସ ଗୋଟିଏ ଦିନରେ ଅନଲିମିଟେଡ଼୍ ମିଟିଙ୍ଗ୍ କରିବାର ସୁବିଧା ଉଠାଇପାରିବେ । ଏହି ମିଟିଙ୍ଗ୍ ପାସୱାର୍ଡ଼ ପ୍ରୋଟେକ୍ଟେଡ଼୍ ହେବ ଯେଉଁଥିରେ ଜୁମ୍ ଭଳି ୱେଟିଙ୍ଗ୍ ରୁମ୍ ର ମଧ୍ୟ ସୁବିଧା ମିଳିବ । ଏହି ଆପକୁ କେବଳ କ୍ରୋମ୍ ଏବଂ ଫାୟରଫକ୍ସ ବ୍ରାଉଜରରେ ଏକ୍ସେସ୍ କରିହେବ ଏହାଛଡ଼ା ୱିଣ୍ଡୋ,ମାକ୍ , ଆଇଓଲସ୍ ରେ ଡାଉନଲୋଡ଼୍ କରାଯାଇପାରିବ । ଏହାର ଲିଙ୍କ୍ ଆପଣଙ୍କୁ ଜିଓ ସାଇଟରେ ଉପଲବ୍ଧ ମିଳିଯିବ ।

 

ଜୁମ୍ ଭଳି ଦେଖାଯାଉଥିବା ଏହି ଆପକୁ ବ୍ୟବହାର କରିବା ଖୁବ୍ ସରଳ । କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି କି ଏଥିରେ ୫ ଡିଭାଇସ୍ ପର୍ଯ୍ୟନ୍ତ ମଲ୍ଟି- ଡିଭାଇସ୍ ଲଗଇନ୍ ସପୋର୍ଟ ଦିଆଯାଇଛି । ୟୁଜର୍ କଲ୍ ସମୟରେ ସହଜରେ ଡିଭାଇସ୍ ଭିତରୁ ବାହାରିପାରିବେ । ଏଥିସହିତ ଏହି ଆପରେ ଏକ ସେଫ୍ ଡ୍ରାଇଭିଙ୍ଗ୍ ଫିଚର୍ ମୋଡ୍ ମଧ୍ୟ ରହିଛି । ଏହାଛଡ଼ା ଏଥିରେ ସ୍କ୍ରିନ୍ ସେୟାରିଂ ଫିଚର୍ ମଧ୍ୟ ରହିଛି ।