ଗଙ୍ଗା ସଫେଇଳୁ ନେଇ କେନ୍ଦ୍ର ସରକାରଙ୍କ ଜରିଆରେ ଖୁବ୍ ପ୍ରୟାସ କରାଯାଉଛି । ଅନ୍ୟ ପକ୍ଷରେ ଗଙ୍ଗା ସଫେଇ ପାଇଁ ରିଲାଏନ୍ସ ଜିଓ ତରଫରୁ ମଧ୍ୟ ଗୋଟିଏ ଷ୍ଟେପ୍ ବଢାଯାଇଛି । ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଗଙ୍ଗା ସଫେଇ ଅଭିଯାନରେ ଜଡିତ ହୋଇଛି । ରିଲାଏନ୍ସ ଗଙ୍ଗା ସ୍ୱଚ୍ଛତା ଅଭିଯାନକୁ ଆଗକୁ ବଢାଇବା ପାଇଁ ନ୍ୟାସନାଲ୍ ମିଶନ୍ ଫର୍ କ୍ଲିନ୍ ଗଙ୍ଗା ସହ ଜଡିତ ହୋଇ ରହିଛି । ‘ନମାମି ଗଙ୍ଗେ ପ୍ରୋଗ୍ରାମ୍’ ଭଳି କ୍ଲିନ୍ ଗଙ୍ଗାର ସନ୍ଦେସ୍ ରିଲାଏନ୍ସ ଜିଓ ଲୋକଙ୍କ ପାଖକୁ ଯିବା ଭଳି କାମ କରିବ । ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କୁ ଏସଏମଏସ୍ ଏବଂ ଡିଜିଟାଲ୍ ବ୍ୟାନରକୁ ପୁରା ନୋଟିଫିକେସନ୍ ମାଧ୍ୟମରେ ନ୍ୟାସନାଲ୍ ମିଶନ୍ ଫର୍ କ୍ଲିନ୍ ଗଙ୍ଗାର ସନ୍ଦେଶ ପଠାଉଛନ୍ତି । କୁମ୍ଭମେଳା ସମୟରେ ହିଁ ଏହି ସନ୍ଦେସକୁ ସମସ୍ତଙ୍କୁ ପଠାଯାଉଛି । ସ୍ୱଚ୍ଛ ତଥା ସୁସ୍ଥ ଗଙ୍ଗାର ସନ୍ଦେଶକୁ ଦେଶସାରା ଜିଓ ୟୁଜରଙ୍କୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପକ୍ଷରେ ରିଲାଏନ୍ସ ଜିଓ ତରଫରୁ ନିକଟରେ କୁମ୍ଭ ଆପ୍ ମଧ୍ୟ ଲଞ୍ଚ କରିଦିଆଯାଇଛି । ଏହି କୁମ୍ଭ ଆପରେ ଗଙ୍ଗା ଆନଥେମ୍ କୁ ବି ଯୋଡାଯିବ । କୁମ୍ଭ ଆପ୍ ଅଧିକତର ଜିୟୋଫୋନ୍ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/760401-namanigandfe.jpg)
/kanak/media/post_attachments/wp-content/uploads/2019/02/namami-gange-300x210.jpg)