ରିଲାଏନ୍ସ ଜିଓ ବନ୍ଦ କଲା ଏକ୍ସଟ୍ରା ଡାଟା ପ୍ୟାକ । ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଆଉ ଆସିବନି ଏକ୍ସଟ୍ରା ଡାଟା ।

254

କନକ ବ୍ୟୁରୋ : ଜିଓ ନିଜ ଗ୍ରାହକଙ୍କୁ କେତେବେଳେ  ଖୁସି କରୁଛି ତ କେତେବେଳେ ନିରାଶ । ନୂଆବର୍ଷଠାରୁ ଜିଓ ତାର ସମସ୍ତ ଲୋକାଲ କଲକୁ ମାଗଣା କରି ନିଜ ଗ୍ରାହକଙ୍କୁ ଖୁସି କରିଦେଇଛି । ଅର୍ଥାତ ଏଣିକି ଯେକୌଣସି ନମ୍ବରକୁ କଲ କଲେ ଦେୟ ପଡିବ ନାହିଁ । ହେଲେ ଏହାପରେ ରିଲାଏନ୍ସ ଜିଓ ଆଜି ପୁଣି ଏକ ଘୋଷଣା କରିଛି । କମ୍ପାନୀ ନିଜ ଉପଭୋକ୍ତାଙ୍କୁ ଦେଉଥିବା ଏକ୍ସଟ୍ରା ଡାଟା ପ୍ୟାକ ବନ୍ଦ କରିଦେଇଛି । ଫଳରେ ଉପଭୋକ୍ତା ନିଜ ରିଚାର୍ଜ ପ୍ଲାନ ଛଡା କେବଳ ଡାଟା ପାଇଁ ଆଉ ଏକ ଡାଟା ପ୍ୟାକ ରିଚାର୍ଜ କରି ଏହାର ସୁବିଧା ପାଉଥିଲେ । ହେଲେ ଏବେଠାରୁ ଜିଓ ଏହି ସୁବିଧା ଦେବା ବନ୍ଦ କରିଦେଇଛି ।

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ଟପ-ଅପ ଭାଉଚର ସହିତ ୧ଜିବି, ୨ ଜିବି, ୩ଜିବି, ୫ଜିବି, ୧୦ଜିବି, ୫୦ଜିବି ଓ ୧୦୦ ଜିବି ଡାଟା ଯୋଗାଉଥିଲା । ଏହି ଟକ-ଟାଇମ ଭାଉଚର ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଯେଉଁଥିରେ ଟକ-ଟାଇମ ସହ ଅତିରିକ୍ତ ଡାଟା ମଧ୍ୟ ରହୁଥିଲା ।

ଜିଓରୁ ଅନ୍ୟ ଏକ ନମ୍ବରକୁ କଲ କରିବା ପାଇଁ ୧୦ ଟଙ୍କା ରିଚାର୍ଜ କରାଯାଉଥିଲା । ଆଉ ଏହି ଟଙ୍କାରେ ଉପଭୋକ୍ତାଙ୍କୁ ୧ ଜିବି ସପ୍ଲିମେଣ୍ଟାରୀ ଡାଟା ଦିଆଯାଉଥିଲା । ବର୍ତ୍ତମାନ ଜିଓ ଦ୍ୱାରା ଲୋକାଲ ଅଫ ନେଟ କଲିଂ ମାଗଣା କରିଦିଆଯାଇଛି । ଏଭଳି ପରିସ୍ଥିତିରେ ଏହି ଡାଟା ଅଫର ଆଉ କାମ କରିବ ନାହିଁ । ଏହାର ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଏଥିରେ ଆଉ ଏକ୍ସଟ୍ରା ଡାଟା ଉପଲବ୍ଧ ହେବନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରିଲାଏନ୍ସ ଜିଓ ୨୦୨୦ ମସିହାରେ ଅନ୍ୟ ନେଟୱାର୍କକୁ ଭଏସ କଲ ପାଇଁ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲା । ପ୍ରତି ମିନିଟରେ ୬ ପଇସା ଚାର୍ଜ କରାଯାଉଥିଲା । ଏହାସହ କମ୍ପାନୀ ବିଶେଷ ରିଚାର୍ଜ ପ୍ଲାନ ମଧ୍ୟ ଆଣିଥିଲା । ହେଲେ ନୂଆ ବର୍ଷଠାରୁ ଏହି ଲୋକାଲ କଲକୁ ମାଗଣା କରିଦେଇଛି ଜିଓ ।

ରିଲାନ୍ସ ଜିଓ ଆରମ୍ଭ ହେବା ପରଠୁ ଦେଶରେ ଏହା ଆକର୍ଷଣୀୟ ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରି ଆସିଛି । ଶସ୍ତା ଅଫର ସହ କଲ୍୍ ଓ ନେଟର ସୁବିଧା ଯୋଗୁଁ ସାରା ଦେଶରେ ଜିଓ ଲୋକମାନଙ୍କର ପ୍ରିୟ ହୋଇ ରହିଛି ।

ରିଲାଏନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହାସହ କମ୍ପାନୀ ପାଖରେ ଏବେ ୪୦ କୋଟିରୁ ଅଧିକ ଗ୍ରାହକ ଥିବା ସ୍ପଷ୍ଟ କରିଛି କମ୍ପାନୀ ।