ଗ୍ରାହକଙ୍କୁ ଝଟକା ଦେଲା ରିଲାଏନ୍ସ ଜିଓ । ବନ୍ଦ ହେଲା ସବୁଠୁ ଶସ୍ତା ପ୍ରିପେଡ୍ ପ୍ଲାନ୍ ।

ଗ୍ରାହକଙ୍କୁ ଝଟକା ଦେଲା ରିଲାଏନ୍ସ ଜିଓ । ବନ୍ଦ ହେଲା ସବୁଠୁ ଶସ୍ତା ପ୍ରିପେଡ୍ ପ୍ଲାନ୍ ।

କନକ ବ୍ୟୁରୋ : ଭାରତର ନମ୍ବର ୱାନ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ନିଜ ଟଙ୍କିଙ୍କିଆ ପ୍ରିପେଡ୍ ପ୍ଲାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛି ରିଲାଏନ୍ସ ଜିଓ । ଏହି ରିଚାର୍ଜ ପ୍ଲାନ ଏବେ କୌଣସି ଆପ୍ କିମ୍ବା କମ୍ପାନୀର ୱେବସାଇଟରେ ଉବଲବ୍ଧ ନାହିଁ ।

ଚଳିତମାସ ଆରମ୍ଭରେ ନିଜ ବଛା ବଛା ଗ୍ରାହକଙ୍କ ପାଇଁ ଏହି ୧ ଟଙ୍କିଆ ପ୍ଲାନ୍ ଲଞ୍ଚ କରିଥିଲା ଜିଓ । ଏହି ଟଙ୍କିକିଆ ପ୍ଲାନ୍ ୩୦ ଦିନ ପାଇଁ ଆପଣଙ୍କୁ ୧୦୦ ଏମବିର ଡାଟା ମିଳୁଥିଲା । ତେବେ ଏହି ପ୍ଲାନ୍ ଲଞ୍ଚ ହେବାର ପରଦିନ ଏଥିରେ ପରିବର୍ତ୍ତନ କରାଯାଇଥିଲା । ଟଙ୍କିକିଆ ପ୍ଲାନରେ ୧୦୦ ଏମବି ପରିବର୍ତ୍ତେ ୧୦ ଏମବି ଡାଟା ଦିଆଗଲା । ଏବଂ ଏହି ପ୍ରିପେଡର ଅବଧିକୁ ମଧ୍ୟ ୩୦ଦିନରୁ କମ୍ କରାଯାଇ ମାତ୍ର ଗୋଟିଏ ଦିନ କରିଦିଆଯାଇଥିଲା । ଏବେ କିନ୍ତୁ ଏହି ପ୍ଲାନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି କମ୍ପାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe