ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ! ଗ୍ରାହକଙ୍କ ପାଖକୁ ଫେରିଲା ଏହି ଦୁଇଟି ଶସ୍ତା ପ୍ଲାନ୍ ।

4,149

କନକ ବ୍ୟୁରୋ : ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍‌ ସେକ୍ଟରରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି । ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍‌କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି ।

କମ୍ପାନି ଟାରିଫ୍‌ ରିଭାଇଜ କରିବା ଦ୍ୱାରା ବ୍ୟବହାରକାରୀ ପାଇଁ ଡାଟା ତ ମହଙ୍ଗା ହୋଇଯାଇଥିଲା, କିନ୍ତୁ ପୂର୍ବରୁ ମିଳୁଥିବା ଅସୀମିତ ମାଗଣା କଲ ଉପରେ ଏଫ୍‌ୟୁପି ଅବଧି ବ୍ୟବହାରକାରୀଙ୍କୁ ନିରାଶ କରିଥିଲା । ବ୍ୟବହାରକାରୀଙ୍କ ଏହି ଅସନ୍ତୋଷକୁ ଦେଖି କମ୍ପାନି ଏବେ ନିଜର ପ୍ଲାନ୍ସକୁ ପରିବର୍ତ୍ତନ କରିବାକୁ ଯାଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା ରିଲାଏନ୍ସ ଜିଓର ୯୮ ଟଙ୍କା ଓ ୧୪୯ଟଙ୍କାର ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ କ’ଣ ଲାଭ ମିଳୁଛି ।

ଜିଓ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ୧୪୯ଟଙ୍କାର ପ୍ଲାନ୍‌କୁ ପୁଣି ଉପଲବ୍ଧ କରାଇଛି । ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୨୪ଦିନର ବୈଧତା ସହିତ ପ୍ରତିଦିନ ୧ଜିବି ଡାଟା ଓ ୧୦୦ଟି ମାଗଣା ଏସ୍‌ଏମ୍‌ଏସ୍‌ ମିଳିବ । ଏହି ପ୍ଲାନ୍‌ ବ୍ୟବହାର କରୁଥିବା ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରିବେ । ଅନ୍ୟ ନେଟଓ୍ଵାର୍କକୁ କଲ କରିବା ପାଇଁ ଗ୍ରାହକଙ୍କୁ ୩୦୦ ଏଫ୍‌ୟୁପି ମିଳିବ । ଏଥିସହିତ ଏହି ପ୍ଲାନରେ ଗ୍ରାହକ ପାଇଁ ରିଲାଏନ୍ସ ଜିଓ ଆପ୍‌ର ମାଗଣା ସବସ୍କ୍ରିପସନ୍‌ର ସୁବିଧା ବି ରହିଛି ।

ସେହିପରି ୯୮ଟଙ୍କାର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ଦିନର ବୈଧତା ମିଳିବ । ପ୍ଲାନ୍‌ର ପୂରା ବୈଧତା ପର୍ଯ୍ୟନ୍ତ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍‌ ସେହି ବ୍ୟବହାରକାରୀଙ୍କ ପସନ୍ଦ ରହିବ ଯେଉଁମାନେ କି ଅଧିକ କଲ କରି ଥାଆନ୍ତି । ଏହି ପ୍ଲାନ୍‌ରେ ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରୁ ଥିବାବେଳେ ଜିଓ ଛଡା ଅନ୍ୟ ନେଟଓ୍ଵାର୍କକୁ କଲ କଲେ ବ୍ୟବହାରକାରୀଙ୍କୁ ଆଇୟୁସି ଭାଉଚର ରିଚାର୍ଜ କରିବାକୁ ପଡ଼ିବ ।